spot_img

Latest Posts

ଆଜିଠାରୁ ରାଜ୍ୟରେ ‘ବାଲ୍ ଆଧାର’ର ଶୁଭାରମ୍ଭ

ଭୁବନେଶ୍ବର :  ରାଜ୍ୟରେ ଆଜିଠାରୁ ଶୁଭାରମ୍ଭ ହେଉଛି ବାଲ୍ ଆଧାର। ଶିଶୁଙ୍କ ଜନ୍ମ ପରେ ପରେ ଆଧାର କାର୍ଡ ସଂଯୁକ୍ତ ସହ ଜନ୍ମ ପଞ୍ଜିକରଣ କରାଯିବ। ଆଧାର ସଂଯୋଗ ଦ୍ବାରା ସରକାରୀ ସେବା ପାଇବା ସହଜ ହେବ।

ଶିଶୁ ଜନ୍ମ ହୋଇଥିବା ଚିକିତ୍ସାଳୟ ସହ ଯୋଗାଯୋଗ କରି ବାଲ୍ ଆଧାର ପ୍ରାପ୍ତ କରନ୍ତୁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜନ୍ମ ପଞ୍ଜୀକରଣ ଓ ଜନ୍ମ ସାର୍ଟିଫିକେଟ ଶିଶୁର ପ୍ରଥମ ଅଧିକାର। ଆଧାର ପଞ୍ଜିକରଣ ପାଇଁ ମା ବାପା କୌଣସି ଜଣଙ୍କ ଆଧାର ନମ୍ବର ଥିବା ଜରୁରୀ।

୫ବର୍ଷ ପର୍ଯ୍ୟନ୍ତ ଶିଶୁର ବାୟୋମେଟ୍ରିକ ଅନିର୍ବାର୍ଯ୍ୟ ନୁହେଁ। ଶିଶୁ ଜନ୍ମର ୨୧ଦିନ ମଧ୍ୟରେ ପଞ୍ଜିକରଣ ସମ୍ପୂର୍ଣ ନିଃଶୁକ୍ଳ। ଆଧାର କାର୍ଡ ପଞ୍ଜୀକରଣ ସର୍ବଦା ନିଃଶୁକ୍ଳ ଅଟେ। ତେଣୁ ତୁରନ୍ତ ଶିଶୁଙ୍କ ଜନ୍ମ ପଞ୍ଜିକରଣ କରି ଏହି ସୁବିଧା ନେବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

Latest Posts

Don't Miss