ଲଦାଖ ସୀମାରେ ନଜର ଆସିବ B-2 ସ୍ପ୍ରିଟ୍ ବୋମାବର୍ଷକ,ଆମେରିକା ଡ୍ରାଗନକୁ ଦେଖାଇବ ଶକ୍ତି

1 min read

ୱାସିଂଟନ: ଲଦାଖ ସୀମାରେ ଚୀନ୍ ସେନାର ଆକ୍ରାମକ ଆଭିମୁଖ୍ୟ କାରଣରୁ ଆମେରିକା ଭାରତକୁ ସାହାଯ୍ୟ କରିବାକୁ ଆଗଭର ହୋଇଛି । ଆମେରିକା ନିଜର ସବୁଠାରୁ ଉନ୍ନତ ଓ ମାରାତ୍ମକ ପରମାଣୁ ବୋମା ବର୍ଷକ ବି-୨ ସ୍ପ୍ରିଟ୍ ବିମାନକୁ ଲଦାଖ ସୀମାରେ ମୁତୟନ କରିପାରେ । ଆମେରିକାର ଏହି ବିମାନ ଏକାଥରକେ ୧୬ ପରମାଣୁ ବୋମା ସହ ଉଡାଣ ଭରିବାରେ ସକ୍ଷମ । ଏହି ବିମାନ ଖୁବଶୀଘ୍ର ଭାରତୀୟ ବାୟୁସେନା ସହିତ ଫ୍ଲାଇ ଓଭର ମିଶନ,ଯୁଦ୍ଧ ପ୍ରସ୍ତୁତି ଓ ମିଳିତ ଯୁଦ୍ଧ ରଣନୀତି ତିଆରି ଅଭିଯାନରେ ସାମିଲ ହୋଇ ପାରନ୍ତି ।

ଆମେରିକା ପତ୍ରିକା ଦ ନ୍ୟାସନାଲ ଇଣ୍ଟ୍ରେଷ୍ଟ୍ ଅନୁସାରେ ଭାରତ-ଆମେରିକା ମଧ୍ୟରେ ହେବାକୁ ଥିବା ଏହି ମିଳିତ ଯୁଦ୍ଧାଭ୍ୟାସକୁ ଭାରତ-ଚୀନ ସୀମାରେ କରିବା ପାଇଁ ସବୁ ପ୍ରକାରର ପ୍ରସ୍ତୁତି ଚାଲିଛି । ଭାରତ ପ୍ରତି ବନ୍ଧୁତ୍ୱକୁ ପ୍ରଦର୍ଶନ କରିବା ସହ ଆମେରିକା ଚୀନର ବାୟୁ ପ୍ରତିରୋଧ ସିଷ୍ଟମକୁ ମଧ୍ୟ ପାଖରୁ ପରଖିବାକୁ ଚାହୁଁଛି । ଭାରତୀୟ ସୀମାରେ ଆମେରିକାକୁ ଏହି ମୌକା ମିଳିବ । ସୂଚନାଯୋଗ୍ୟ ଯେ,ଏବେ ଡିୟାଗୋ ଗର୍ସିଆରେ ୩ଟି ବି-୨ ବିମାନ ମୁତୟନ ଅଛନ୍ତି । ଡିୟାଗୋ ଗର୍ସିଆରୁ ଏହି ବିମାନ ଇରାକ ଓ ଆଫଗାନିସ୍ତାନ ଯାତ୍ରା କରିଥାନ୍ତି । ପ୍ରାୟ ୨୯ ଘଣ୍ଟାର ଯାତ୍ରା କରି ଏହି ତିନି ବିମାନ ଗତ ସପ୍ତାହରେ ଡିୟାଗୋ ଗର୍ସିୟାରେ ପହଂଚିଥିଲେ ।

ଆମେରିକା ତ’ ବିମାନର ମାରକ କ୍ଷମତା ପରୀକ୍ଷା କରିବାକୁ ଚାହୁଁଛି

ବି-୨ ସ୍ପ୍ରିଟ୍ ବିମାନ ଗତ ୩୦ ବର୍ଷ ଧରି ଆମେରିକାର ଏକ ନମ୍ବର ପରମାଣୁ ବୋମା ବର୍ଷକ ଭାବେ କାମ କରୁଛନ୍ତି । ଗତ ତିରିଶ ବର୍ଷ ମଧ୍ୟରେ ଆମେରିକା ଏହି ବିମାନର ଅନେକ ଥର ଅପଗ୍ରେଡେସନ୍ ମଧ୍ୟ କରିଛି । ବି-୨ ରେ ଲାଗିଥିବା କମ୍ପ୍ୟୁଟରକୁ ନିକଟରେ ଆମେରିକା ବଦଳାଇଥିଲା । ଏବେ ସେଥିରେ ଯେଉଁ ନୂତନ ସିଷ୍ଟମ ଲାଗିଛି ତାହା ପୁରୁଣା ସିଷ୍ଟମଠାରୁ ୧ ହଜାର ଗୁଣ ଅଧିକ ଗତିରେ କାମ କରିଥାଏ ।

ବିଶେଷଜ୍ଞଙ୍କ ଅନୁସାରେ ଏହି ବିମାନ ୧୬ ପରମାଣୁ ବୋମା ସହ ମିଶନରେ ଯାଇପାରେ । ଏହା ଶତ୍ରୁ ରାଷ୍ଟ୍ରର ରାଡାରରେ ଧରା ପଡେନାହିଁ ।  ଏହି ବିମାନରେ ଏକାଥରକେ ୧୬ଟି B61-7 ପରମାଣୁ ବୋମା ନିଆଯାଇ ପାରିବ । ନିକଟରେ ଏଥିରେ ଅଧିକ ଘାତକ ଓ ସଠିକ ଲକ୍ଷ୍ୟଭେଦ କରିପାରୁଥିବା B61-12 ବୋମା ସାମିଲ କରାଯାଇଛି ।

Leave a Reply