spot_img

Latest Posts

ମିର୍ଜା ପରିବାରର କ୍ରିକେଟର ଲିଙ୍କ୍

ପ୍ରଥମେ ବଡ଼ଭଉଣୀ ଏବେ ସାନ ଭଉଣୀ । ଦୁଇ ଭଉଣୀ ଏବେ କ୍ରିକେଟର ପରିବାରର ବୋହୂ । କିନ୍ତୁ ଏଥିରେ ଭିନ୍ନ ତ କେବଳ ଦେଶର । କଥାଟି ଆପଣଙ୍କୁ ଅଖାଡ଼ୁଆ ଲାଗୁଥିବ ନିଶ୍ଚିନ୍ତ । ଆମେ କହୁଛୁ ବିଖ୍ୟାତ ଟେନିସ ଖେଳାଳି ସାନିଆ ମିର୍ଜା ଏବଂ ତାଙ୍କ ସାନଭଉଣୀଙ୍କ କଥା । ସାନିଆଙ୍କ ବିବାହ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକଙ୍କ ସହ ଚର୍ଚ୍ଚାରେ ଥିବା ବେଳେ ଏବେ ତାଙ୍କ ସାନ ଭଉଣୀ ଅନାମ ମିର୍ଜାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି ।

କାରଣ ସାନ ଭଉଣୀ ଅନମ ମିର୍ଜା ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅ ଅସଦଙ୍କୁ ବିବାହ କରିଛନ୍ତି। ବିବାହ ପରେ ପରେ ଦୁହେଁ ନିଜ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ବିବାହର କିଛି ଫଟୋ ସେୟାର କରିଛନ୍ତି, ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଫଟୋରେ ସାନିଆ ଏବଂ ତାଙ୍କ ପରିବାରର ସମସ୍ତ ସଦସ୍ୟ ନଜର ଆସିଥିବାବେଳେ କୌଣସି ଫଟୋରେ ସାନିଆଙ୍କ ସ୍ବାମୀ ତଥା ପାକିସ୍ତାନ କ୍ରିକେଟର ସୋଏବ ମଲିକ୍‌ ନଜର ଆସି ନ ଥିଲେ। ସୋସିଆଲ ମିଡିଆରେ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ସୋଏବ ଏବେ ବାଂଲାଦେଶ ପ୍ରିମିୟର ଲିଗ୍‌ ଖେଳୁଛନ୍ତି । ସେ ରାଜସାହି ରୟାଲ୍ସ ପକ୍ଷରୁ ମ୍ୟାଚ୍‌ ଖେଳୁଛନ୍ତି। ଏହି କାରଣରୁ ସେ ବିବାହ କାର୍ଯ୍ୟରେ ଯୋଗ ଦେଇ ନ ଥିଲେ। ଅନମଙ୍କ ଏହା ଦ୍ୱିତୀୟ ବିବାହ। ପୂର୍ବରୁ ସେ ବ୍ୟବସାୟୀ ଅକବର ରଶିଦଙ୍କୁ ବିବାହ କରିଥିଲେ। କିନ୍ତୁ ଉଭୟଙ୍କ ବିବାହ ବେଶୀ ଦିନ ତିଷ୍ଠି ପାରି ନ ଥିଲା।

Latest Posts

Don't Miss