ଯୁଦ୍ଧରେ ଫସିଲା ପ୍ରାଚୀନ ଦୁର୍ଗା ମନ୍ଦିର, ଯେଉଁଠି ସବୁବେଳେ ଜଳେ ଅଖଣ୍ଡ ଦୀପ

1 min read
Azerbaijan Ancient Durga Temple Now Called Temple Of Fire Ateshgah

ନୂଆଦିଲ୍ଲୀ: ଦୁନିଆ କରୋନା ଭାଇରସ୍ ସହ ଲଢ଼ୁଛି । ଅନ୍ୟପଟେ ଦୁଇ ଦେଶ ପରସ୍ପର ମଧ୍ୟରେ ଯୁଦ୍ଧ କରୁଛନ୍ତି । ଅଜରବୈଜାନ ଓ ଆର୍ମେନିଆ ଦୁଇ ଦେଶ ମଧ୍ୟରେ ଲାଗି ରହିଛି ତିକ୍ତତା । ନାଗୋର୍ନୋ-କାରାବାଖ ଅଞ୍ଚଳକୁ ନେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲିଛି । ଏହି ଅଞ୍ଚଳ ଅଜରବୈଜାନରେ ଥିଲେ ମଧ୍ୟ ଆର୍ମେନିଆ ତା’ଉପରେ ଦାବି କରି ଆସୁଛି । ଅଜରବୈଜାନ ଏକ ମୁସଲିମ୍ ବହୁଳ ଦେଶ । ସେଠାରେ ୯୮ ପ୍ରତିଶତ ଲୋକ ମୁସଲିମ୍ ସମ୍ପ୍ରଦାୟର । କିନ୍ତୁ, ହିନ୍ଦୁ ଧର୍ମ ସହିତ ଏହି ଦେଶର ରହିଛି ବହୁ ପୁରୁଣା ସମ୍ପର୍କ ।

Azerbaijan Ancient Durga Temple Now Called Temple Of Fire Ateshgah

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଅଜରବୈଜାନରେ ଦେବୀ ଦୁର୍ଗାଙ୍କ ଏକ ପ୍ରାଚୀନ ଓ ପ୍ରସିଦ୍ଧ ମନ୍ଦିର ରହିଛି । ଏହି ମନ୍ଦିର ଅଜରବୈଜାନର ସୁରାଖାନି ଅଞ୍ଚଳରେ ଅବସ୍ଥିତ । ତେବେ, ଆଉ ଏଠାରେ ମାତାଙ୍କୁ ପୂଜା କରାଯାଉନାହିଁ । କାରଣ ଏଠାରେ ହିନ୍ଦୁ ଧର୍ମାବଲମ୍ବୀଙ୍କ ସଂଖ୍ୟା ନଗଣ୍ୟ । ଏହି ହିନ୍ଦୁ ମନ୍ଦିରକୁ ଏବେ ଟେମ୍ପୁଲ ଅଫ୍ ଫାୟାର କୁହାଯାଉଛି । ଯାହାକୁ ସ୍ଥାନୀୟ ଭାଷାରେ ‘ଆତିଶଗାହ’ କୁହନ୍ତି । କାରଣ ଏଠାରେ ବର୍ଷ ବର୍ଷ ଧରି ଜଳୁଛି ଅଗ୍ନି ।

Azerbaijan Ancient Durga Temple Now Called Temple Of Fire Ateshgah

କିଏ କରିଥିଲେ ମନ୍ଦିର ନିର୍ମାଣ ?

ହିନ୍ଦୁ ଧର୍ମରେ ଅଗ୍ନିକୁ ବହୁତ ପବିତ୍ର ମାନିଥାନ୍ତି । ମନ୍ଦିର କୋଠା ଦେଖିବାକୁ ପ୍ରାଚୀନ କିଲ୍ଲା ପରି । କିନ୍ତୁ ମନ୍ଦିରର ଛାତ କୌଣସି ହିନ୍ଦୁ ମନ୍ଦିର ଭଳି । ଏଥିସହ ମନ୍ଦିରର ଛାତରେ ଦେବୀ ଦୁର୍ଗାଙ୍କ ଅସ୍ତ୍ର ତ୍ରିଶୂଳ ମଧ୍ୟ ସ୍ଥାପିତ ହୋଇଛି । ମନ୍ଦିର ଭିତରେ ଅଗ୍ନିକୁଣ୍ଡ ଅଛି । ସେଥିରେ ସବୁବେଳେ ନିଆଁ ଜଳିଥାଏ । ମନ୍ଦିରର କାନ୍ଥରେ ଦେବନାଗରୀ ଲିପି, ସଂସ୍କୃତ ଓ ଗୁରୁମୁଖି ଲିପି (ପଞ୍ଜାବୀ) କିଛି ଖୋଦେଇ ହୋଇଥିବା ଦେଖାଯାଏ ।

Azerbaijan Ancient Durga Temple Now Called Temple Of Fire Ateshgah

କୁହାଯାଏ ଏହି ରାସ୍ତାରେ ଯିବାବେଳେ ଭାରତୀୟ ବ୍ୟବସାୟୀ ମନ୍ଦିର ନିର୍ମାଣ କରିଥିଲେ । ଐତିହାସିକଙ୍କ ଅନୁଯାୟୀ- ଏହି ମନ୍ଦିରର ନିର୍ମାତା ବୁଦ୍ଧଦେବ । ଯିଏ କି କୁଋକ୍ଷେତ୍ର ନିକଟ ମାଦଜା ଗାଁରେ ରହୁଥିଲେ । ମନ୍ଦିର ନିର୍ମାଣ ତାରିଖ ମଧ୍ୟ କାନ୍ଥରେ ଖୋଦେଇ କରାଯାଇଛି । ୧୭୮୩ରେ ମନ୍ଦିର ନିର୍ମାଣ ହୋଇଥିବା ଲେଖାଯାଇଛି ।

କେବେଠୁ ହେଉନି ପୂଜା ?

ଐତିହାସିକଙ୍କ ମତରେ ପ୍ରଥମେ ଭାରତୀୟ ପୂଜାରୀ ଏଠାରେ ପୂଜା କରୁଥିଲେ । ପ୍ରତିଦିନ ଦେବୀଙ୍କ ପୂଜା କରୁଥିବା ବେଳେ ଶ୍ରଦ୍ଧାଳୁ ବି ଆସୁଥିଲେ । ସେଠାକୁ ସେଠାରେ ରହୁଥିବା ଅଧିକାଂଶ ଭାରତୀୟ ବ୍ରତ ରଖି ଆସନ୍ତି । ଯାହାର ପ୍ରମାଣ ମିଳିଛି । ୧୮୬୦ ମସିହାରେ ଭାରତୀୟ ପୂଜାରୀ ମନ୍ଦିର ଛାଡ଼ି ପଳାଇ ଆସିଥିଲେ । ସେବେଠାରୁ ମନ୍ଦିରରେ କେହି ପୂଜାରୀ ନାହାଁନ୍ତି ।

Leave a Reply