‘ମୋତେ ରାତିରେ ନିଦ ହେଉନି, ମୋର ବାହାଘର କରାନ୍ତୁ ପ୍ରଧାନମନ୍ତ୍ରୀ’

ଲକ୍ଷ୍ନୌ: ଉତ୍ତରପ୍ରଦେଶର କେରାନାରେ ରହୁଥିବା ୨ ଫୁଟ ୬ ଇଞ୍ଚର ଜଣେ ବ୍ୟକ୍ତି ବାହାଘର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଗୁହାରୀ କରିଛନ୍ତି । ତାଙ୍କ ନାଁ ହେଉଛି ଆଜିମ୍ ମନସୁରୀ । ମନସୁରୀଙ୍କ କହିବା କଥା ହେଲା ‘ଗତ ୯ ମାର୍ଚ୍ଚରେ ମୋର ଜଣେ ଝିଅଙ୍କ ସହ ନିର୍ବଦ୍ଧ ହୋଇଥିଲା । ତାଙ୍କ ଉଚ୍ଚତା ମଧ୍ୟ ମୋ ଭଳି କମ୍ । ସବୁ ପ୍ରସ୍ତୁତି ସରିଥିଲା । କିନ୍ତୁ ମୋ ବାପା ମାଆ ମୋର ଏବେ ବାହାଘର କରାଇବାକୁ ଚାହୁଁନାହାନ୍ତି’ ।

ଏଥିପାଇଁ ଗୁରୁବାର ଦିନ ଆଜିମ ହାତରେ ଏକ ପୋଷ୍ଟର ନେଇ ଥାନାଧିକାରୀଙ୍କ ପାଖରେ ପହଞ୍ଚିଗଲେ । ଆଉ କହିଲେ ମୋ ବାହାଘର କରେଇ ଦିଅ । ମୋ ଘର ଲୋକ ବାହାଘର କରାଉନାହାନ୍ତି । ବାହାଘର ଠିକ୍ ହୋଇଥିବା ଝିଅ ହାପୁରରେ ରହନ୍ତି । ସେ ବି.କମ୍ ପଢ଼ିଛନ୍ତି । ଥାନାଧିକାରୀ ତାଙ୍କଠୁ ପୋଷ୍ଟର ନେଇ ଆଶ୍ବାସନା ଦେଲେ । ଏବଂ କହିଲେ ତୁମର ବାହାଘର କରାଇବୁ ।

ଆଜିମଙ୍କ କହିବା କଥା ହେଲା ‘ ମୋର ବାହା ହେବାରେ ମହୁତ ମନ । ଏଥିପାଇଁ ମୋତେ ରାତିରେ ନିଦ ଆସୁନି । କେହି ଜାଣି ପାରୁନାହାନ୍ତି ମୁଁ ମୋ ଜୀବନସାଥିପାଇଁ କେତେ ଉଦାସ ରହୁଛି । ମୋ ଭାଇମାନଙ୍କର ବାହାଘର ଧୀରେ ଧୀରେ ହେବ କିନ୍ତୁ ମୋ ବାହାଘର ଶୀଘ୍ର କରେଇ ଦିଅନ୍ତୁ । ରମଜାନ ମାସ ବି ସରିଗଲା । ମୁଁ ଦୁଆ ବି ମାଗିଥିଲି । ମୋ ବାପା ମାଆ କହିଥିଲେ ଯେ, ଇଦ୍ ପରେ ମୋ ବାହାଘର ହେବ କିନ୍ତୁ କରାଉନାହାନ୍ତି । ପିଏମ୍ ମୋଦି ଏବଂ ସିଏମ୍ ଯୋଗୀ ଆଦିତ୍ୟନାଥଙ୍କୁ ମୋ ବାହାଘର କରାଇଦେବାକୁ ନିବେଦନ କରିଥିଲି ।

ଏହା ପୂର୍ବରୁ ୨୮ ବର୍ଷିୟ ଆଜିମ୍ ମହିଳା ଥାନା ଯାଇ ବି ପୋଲିସ କର୍ମୀଙ୍କୁ ବି ବାହାଘର ପାଇଁ ନିବେଦନ କରିଥିଲେ । ଆଜିମଙ୍କ ଦାଦାଙ୍କ କହିବା କଥା ହେଲା ଯେ, ଆଜିମଙ୍କ ସହ ୩ ଭାଇଙ୍କର ବି ଏକାସହ ବାହାଘର ହେବ । ସେମାନଙ୍କ ପାଇଁ ବି ଝିଅ ଦେଖା ସରିଛି । ଏକାଥର ୪ ଜଣଙ୍କ ବିବାହ ହେବ ।