ଗିରଫ ହେଲେ ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ

1 min read

ଭୁବନେଶ୍ୱର: ଗିରଫ ହେଲେ ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ । ତାଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ। ଆଜି ମହିଳା ଥାନାରେ ହାଜର ହୋଇଥିଲେ ଆୟୁଷ ନିର୍ଦ୍ଦେଶକ। ହାଜର ହେବା ନେଇ ମହିଳା ଥାନା ପକ୍ଷରୁ ନୋଟିସ ହୋଇଥିଲା। ନିଜ ଅଫିସର ଜଣେ ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ମ୍ୟାସେଜ ଓ ଅଶ୍ଳୀଳ ଭିଡ଼ିଓ ପଠାଇବା ସହ ପ୍ରେମ ନିବେଦନ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଯାହାଫଳରେ ଆଜି ମହିଳା ଥାନାରେ ହାଜର ହୋଇଥିଲେ ଆୟୁଷ ନିର୍ଦ୍ଦେଶକ। ପୂର୍ବରୁ ଅଭିଯୋକାରିଣୀ ଯୁବତୀଙ୍କ ବୟାନ ରେକର୍ଡ କରିଛି ପୋଲିସ।

https://www.facebook.com/NandighoshaTV/videos/726093694819878/

ସୂଚନା ଯୋଗ୍ୟ ଯେ, ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଏହି ଓଏଏସ୍‌ । ଯଦି ଶାରିରୀକ ସମ୍ପର୍କ ନ ରଖନ୍ତି ତାହାଲେ ଚାକିରି ଚାଲିଯିବାର ଧମକ ମଧ୍ୟ ଦେଇଛନ୍ତି । କାର୍ଯ୍ୟକ୍ଷେତ୍ରରେ ଜଣେ ଯୁବତୀଙ୍କୁ ହ୍ୱାଟ୍ସଆପରେ ଅଶ୍ଳୀଳ ଭିଡିଓ ଓ ମେସେଜ୍ ପଠାଉଛନ୍ତି ଅଧିକାରୀ । ଏଥିସହ ଶାରିରୀକ ସମ୍ପର୍କ ପାଇଁ ନିବେଦନ କରିଥିବା ନେଇ ମହିଳା ଥାନାରେ ଅଭିଯୋଗ କିରଛନ୍ତି ଯୁବତୀ । ସମ୍ପୃକ୍ତ ଓଏଏସ୍‌ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଯୁବତୀ । କେବଳ ସେତିକି ନୁହେଁ ସବୁବେଳେ ହ୍ୱାଟ୍ସଆପ ମାଧ୍ୟମରେ ହଇରାଣ କରୁଥିବାର ଅଭିଯୋଗ ଆଣିଥିଲେ ଯୁବତୀ ଜଣଙ୍କ । ସୂଚନା ଅନୁସାରେ ଉକ୍ତ ୨୫ବର୍ଷିୟା ଯୁବତୀ ଜଣଙ୍କ ଆୟୁଷ ନିର୍ଦ୍ଦେଶାଳୟରେ ଆକାଉଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି । ଏହି ସମୟରେ ଆୟୁଷ୍ ନିର୍ଦ୍ଦେଶାଳୟର ଓଏଏସ୍‌ ଅଧିକାରୀ ଜଣଙ୍କ ଯୁବତୀଙ୍କୁ ବାରମ୍ବାର ହଇରାଣ କରୁଥିଲେ । କେବଳ ସେତି ନୁହେଁ ତାଙ୍କୁ ହ୍ୱାଟସଆପ ମାଧ୍ୟମରେ ଅଶ୍ଳୀଳ ଭିଡ଼ିଓ ପଠାଇବା ସହ ତାଙ୍କୁ ଶାରିରୀକ ସମ୍ପର୍କ ରଖିବାକ ବାଧ୍ୟ କରିଥିଲେ । ତେବେ ଏନେଇ ଯୁବତୀ ଜଣଙ୍କ ପ୍ରମାଣ ସ୍ୱରୂପ ହ୍ୱାଟସଆପ ମ୍ୟାସେଜ ପୋଲିସକୁ ହସ୍ତାନ୍ତର କରିଥିଲେ । ତେବେ ଏନେଇ ଯୁବତୀ ଜଣଙ୍କ କହିଛନ୍ତି ଯେ, ଯେତେବେଳେ ସେ ହ୍ୱାଟସଆପର ଏଭଳି ଅଶ୍ଳିଳ ମେସେଜ ଦେଖି ତାଙ୍କୁ ବ୍ଲକ୍ କରିଥିଲେ ତାପରେ ଅଧିକାରୀ ଜଣଙ୍କ ତାଙ୍କୁ ଫୋନ କରି ଦୁର୍ବ୍ୟବହାର କରିବାକୁ ଲାଗିଥିଲେ । ଯାହାର ଅଡ଼ିଓ ମଧ୍ୟ ପୋଲିସ ହାତରେ ଲାଗିଛି । ଯାହାକୁ ନେଇ ପୋଲିସ ତଦନ୍ତ ଜାରି କରିଥିଲା ।

 

Leave a Reply