ଗିନିଜ୍ ୱାର୍ଲ୍ଡ ରେକର୍ଡ ଲକ୍ଷ୍ୟରେ ଅଯୋଧ୍ୟା : ଜାଳିବ ୯ ଲକ୍ଷରୁ ଅଧିକ ଦୀପ

ଅଯୋଧ୍ୟା : ଆସୁଛି ଆଲୋକର ପର୍ବ ଦୀପାବଳି  । ଏଥର ଦୀପାବଳିରେ ଜଳିବ ସାଢ଼େ ୯ ଲକ୍ଷ ଦୀପ  । ଅଯୋଧ୍ୟାରେ ଦୀର୍ଘ ୫ ବର୍ଷ ଧରି ୨୦୧୭ ମସିହାରୁ ଏହି ପରମ୍ପରା ଚାଲିଆସୁଛି  । ଏହି ପ୍ରକାରରେ ଚଳିତ ବର୍ଷ ପଞ୍ଚମଥର ପାଇଁ ଏହି ଉତ୍ସବ ପାଳନ କରାଯିବ  ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୩ ନଭେମ୍ବର ଛୋଟ ଦୀପାବଳି ଦିନ ରାମପେଡ଼ି ଘାଟରେ ୯ ଲକ୍ଷ ୫୧ ହଜାର ଦୀପ ଜାଳିବାକୁ ଲକ୍ଷ୍ୟ ରଖିଛନ୍ତି  । ଏହି ଲକ୍ଷ୍ୟ ପୂରଣ କରିବା ନିମନ୍ତେ ରାମପେଡ଼ି ଘାଟ ନିକଟରେ ଜୋରସୋରରେ ପ୍ରସ୍ତୁତ ଆରମ୍ଭ ହୋଇଛି  । ଏଥିପାଇଁ ଅଯୋଧ୍ୟା କଲେଜର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସହଯୋଗ ନିମନ୍ତେ କାର୍ଯ୍ୟରେ ନିୟୋଜିତ କରାଯାଇଛି  । ଏହାବ୍ୟତୀତ ପ୍ରାୟ ୪୯ ଟି ସଂସ୍ଥା ନିଜର ୧୪ ହଜାର ଭଲ୍ୟୁଣ୍ଟରଙ୍କୁ ନେଇ ଏହି ଘାଟ ନିକଟରେ ଦୀପ ସଜାଡ଼ିବାରେ ଲାଗିପଡ଼ିଲେଣି  । ଏହି ଦୀପଗୁଡ଼ିକୁ ଆଜି ଏବଂ ଆସନ୍ତା କାଲି ଆକର୍ଷଣ କ୍ରମରେ ରଖାଯାଇଥିବା ବେଳେ ବୁଧବାର ଅର୍ଥାତ୍ ଛୋଟ ଦୀପାବଳି ଦିନ ପ୍ରଜ୍ବଳନ କରାଯିବ  । ଏହି ଉତ୍ସବର ଆଯୋଜକଙ୍କ କହିବାନୁସାରେ ଏଥର ଦୀପାବଳିରେ ଜଳା ଯାଉଥିବା ଏତେ ସଂଖ୍ୟକ ଦୀପ ଜାଳିବା ଦ୍ବାରା ବିଶ୍ବ ରେକର୍ଡରେ ସ୍ଥାନାନ୍ତର ହେବ  । ଏଥିପାଇଁ ଗିନିଜ୍ ବୁକ୍ ଅଫ୍ ୱାର୍ଡ ରେକର୍ଡ ଅଧିକାରୀଙ୍କୁ ମଧ୍ୟ ସମ୍ପର୍କ କରାଯାଇଛି  । ଏ ସମସ୍ତ ଅଧିକାରୀ ମଙ୍ଗଳବାର ଦିନ ଘାଟରେ ଉପସ୍ଥିତ ରହି ଦୀପଗୁଡ଼ିକର ଗଣନା କରିବେ  ।

ଲେଜର ଲାଇଟ୍ ସୋରେ ଦେଖିବେ ରାମାୟଣ :

ଏହା ବ୍ଯତୀତ ଦୀପାବଳିରେ ଆୟୋଜନ ହୋଇଛି ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ  । ପ୍ରଭୁ ରାମଚନ୍ଦ୍ର ଏବଂ ମାତା ସୀତାଙ୍କ ଜୀବନ କାହାଣୀ ଆଧାରିତ ରାମାୟଣ ଲେଜର ଲାଇଟ୍ ମାଧ୍ୟମରେ ଲୋକଙ୍କୁ ପ୍ରଗର୍ଶନୀ ହେବ  । ଏଥିପାଇଁ ୫ଟି କମ୍ପାନୀ ପ୍ରସ୍ତୁତ ଚଳାଇଛନ୍ତି  । ସ୍ବପ୍ନା ଫାଉଣ୍ଡେସନ ମୁଖ୍ୟ ବିଜେନ୍ଦ୍ର କୁମାର ନିଜର ୪୯ଟି ସଂସ୍ଥା ସଙ୍ଗେ ଦୀପ କାର୍ଯ୍ୟକ୍ରମରେ ଲାଗିପଡ଼ିଛନ୍ତି  । ଏଠାରେ ୧୦ ଲକ୍ଷ ଦୀପ ଜାଳିବାର ଯୋଜନା କରାଯାଇଛି କାରଣ ଏଥିମଧ୍ୟରୁ କିଛି ଦୀପ ଲିଭିଯିବାର ସମ୍ଭାବନା ମଧ୍ୟ ରହିଛି  । ଏଥିପାଇଁ କମ୍ ସେ କମ୍ ୯ ଲକ୍ଷ ୫୧ ହଜାର ଦୀପ ଜଳି ରହିବ  ।

ଗତ ବର୍ଷ କରୋନା ମହାମାରୀ ଯୋଗୁଁ ଏହି ଉତ୍ସବ ଫିକା ପଡ଼ିଯାଇଥିବା ବେଳେ ଏ ବର୍ଷ ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଏହି ପର୍ବ ପାଳୁଥିବାରୁ ଅତ୍ୟନ୍ତ ଆନନ୍ଦ ଅଛନ୍ତି ବୋଲି ମହାରାଜା କଲେଜର ଛାତ୍ରଛାତ୍ରୀ ପ୍ରକାଶ କରିଛନ୍ତି ।

କାର୍ଯ୍ୟକ୍ରମରେ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି  ।  କାର୍ଯ୍ୟକ୍ରମ ଆୟୋଜନ କରୁଥିବା ଲୋକମାନଙ୍କ ଅନୁସାରେ ଦୀପାବଳି ଦିନ ଦେଶ ବିଦେଶରୁ ଅନେକ ଲୋକ ଏଠାରେ ଏକାଠି ହେବା ସହ ଲୋକଙ୍କ ଭିଡ଼ ବଢ଼ିବ  । ଏଥିସହ ଏଠାକୁ ଆସୁଥିବା ଅତିଥିମାନଙ୍କ ସୁରକ୍ଷା ବ୍ୟବସ୍ଥା ସଠିକ୍ ଭାବେ କରାଯାଇଛି  ।

 

 

Leave a Reply