ନନ୍ଦିଘୋଷ ବ୍ୟୁରୋ ; ଅଯୋଧ୍ୟା ରାମ ମନ୍ଦିର ପରିସରରେ ଜଣେ ମୁସଲମାନ ଯୁବକ ନମାଜ ପାଠ କରିବାକୁ ଚେଷ୍ଟା କରୁଥିବା ମାମଲା ସାମ୍ନାକୁ ଆସିଛି । ମନ୍ଦିର ପରିସରରେ ନମାଜ ପଢୁଥିବା ଯୁବକ ଜଣକ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବୋଲି କୁହାଯାଉଛି । ଗିରଫ ଯୁବକ ରାମ ମନ୍ଦିର ପରିସରରେ ନମାଜ ପଢାଇବାକୁ ଚେଷ୍ଟା କରିଥିଲେ । ପୋଲିସ ନମାଜ ପଢିବାକୁ ଚେଷ୍ଟା କରୁଥିବା ଉକ୍ତ ଯୁବକକୁ ଅଟକ ରଖିଛି । ପୋଲିସ ଅଟକାଇବା ପରେ ସେ ସମ୍ପ୍ରଦାୟ ସମର୍ଥନରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ । ଯୁବକ ଜଣକ କାଶ୍ମୀରର ଶୋପିଆନର ବାସିନ୍ଦା ଅହମ୍ମଦ ଶେଖ୍ ବୋଲି ଜଣାପଡିଛି ।
ମନ୍ଦିର ପରିସରରେ ଉପସ୍ଥିତ ଥିବା ଲୋକଙ୍କ କହିବାନୁସାରେ , ସୁରକ୍ଷା କର୍ମୀ ଯୁବକଙ୍କୁ ଅଟକ ରଖିବା ସମୟରେ ନାରାବାଜି ଆରମ୍ଭ କରିଦେଇଥିଲେ । ଫଳରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀ ତାଙ୍କୁ ତୁରନ୍ତ ଅଟକାଇ ଥିଲେ । ଘଟଣା ସମ୍ପର୍କରେ ଗୁଇନ୍ଦା, ସ୍ଥାନୀୟ ପୋଲିସ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ତୁରନ୍ତ ଅବଗତ କରାଯାଇଥିଲା । ଯୁବକଙ୍କୁ ପଚରାଉଚରା କରାଯାଉଛି। ତାଙ୍କ କାର୍ଯ୍ୟ ପଛରେ କାରଣ ଜାଣିବା ପାଇଁ ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି।
ରିପୋର୍ଟ ଅନୁଯାୟୀ, ଅହମଦ ଶେଖ ଗେଟ୍ ଡି- ୧ ଦେଇ ମନ୍ଦିରରେ ପ୍ରବେଶ କରିଥିଲେ । ଯୁବକ ଜଣକ ରାମ ମନ୍ଦିର ପରିସରର ଦକ୍ଷିଣ ପ୍ରାଚୀରରେ ପ୍ରାର୍ଥନା କରୁଥିଲେ, ସେତେବେଳେ କିଛି ଲୋକ ତାଙ୍କୁ ଦେଖିପାରିଲେ। ସୁରକ୍ଷା କର୍ମୀମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଉତ୍ତେଜନା ପରେ, ସୁରକ୍ଷା ବାହିନୀ ଯୁବକକୁ ଅଟକ ରଖିଥିଲେ । ଗୁଇନ୍ଦା ସଂସ୍ଥା, ପୋଲିସ ଏବଂ ବରିଷ୍ଠ ଅଧିକାରୀମାନେ ଯୁବକଙ୍କୁ ପଚରାଉଚରା କରୁଛନ୍ତି।
ମନ୍ଦିର ପରିସରରେ ନମାଜ ପାଠ କରିବା ଘଟଣା ପରେ ପୋଲିସ ସକ୍ରିୟ ହୋଇଛି । ସହରରେ କାଶ୍ମୀର ଶାଲ ବିକ୍ରୟ କରୁଥିବା ଲୋକଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି ଏବଂ ପଚରାଉଚରା କରୁଛି । ଘଟଣାଟି ଆଜି ସକାଳେ ଘଟିଥିବା ଜଣାପଡ଼ିଛି। ତଥାପି, ରାମ ମନ୍ଦିର ଟ୍ରଷ୍ଟ ଏ ବିଷୟରେ କୌଣସି ବିବୃତ୍ତି ଜାରି କରିନାହିଁ ।

