spot_img

Latest Posts

ଜାନୁଆରୀ ୨୦ ରୁ ୨୫ ପର୍ଯ୍ୟନ୍ତ ଘରେ ରୁହ…ମୁସଲମାନଙ୍କୁ କାହିଁକି ଏମିତି କହିଲେ ବଦରୁଦ୍ଦିନ ଅଜମଲ

ନୂଆଦିଲ୍ଲୀ : ଜାନୁଆରୀ ୨୨ରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ। ଉତ୍ତରପ୍ରଦେଶର ଅଯୋଧ୍ୟାରେ ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ମଧ୍ୟ ପଠାଯାଉଛି। ଏହି ବଡ଼ ଉତ୍ସବ ପାଇଁ ସାରା ଭାରତ ଖୁସି ଥିବା ବେଳେ ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟର ଅଧ୍ୟକ୍ଷ ବଦରୁଦ୍ଦିନ ଅଜମଲଙ୍କ ବୟାନ ଏବେ ବିବାଦ ସୃଷ୍ଟି କରିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଏକ ରାଲିକୁ ସମ୍ବୋଧିତ କରି ଅଜମଲ କହିଛନ୍ତି ଯେ, “ଜାନୁଆରୀ ୨୦ ରୁ ୨୫ ମଧ୍ୟରେ ମୁସଲମାନମାନେ ଘରେ ରହିବା ଉଚିତ ଏବଂ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ଟ୍ରେନରେ ଯାତ୍ରା କରିବା ଠାରୁ ଦୂରେଇ ରହିବା ଉଚିତ। ସେ ତାଙ୍କ ବିବୃତିରେ କହିଥିଲେ ଯେ, ମୁସଲମାନଙ୍କର ସବୁଠାରୁ ବଡ ଶତ୍ରୃ ହେଉଛି ବିଜେପି । ଏମାନେ ଇସଲାମିକ ନିୟମ, ଜୀବନ, ​​ବିଶ୍ୱାସ, ମସଜିଦ ସହ ଖେଳିଛନ୍ତି, ଏମାନେ ଆମର ସବୁଠାରୁ ବଡ ଶତ୍ରୁ ବୋଲି କହିଛନ୍ତି ବଦରୁଦ୍ଦିନ ଅଜମଲ।

ଅଜମଲଙ୍କ ଏହି ବିବୃତିକୁ ନେଇ ବିରକ୍ତି ପ୍ରକାଶ କରିଛି ବିଜେପି । ବିଜେପି କହିଛି ଯେ, “ବିଜେପି ମୁସଲମାନମାନଙ୍କୁ ଘୃଣା କରେ ନାହିଁ। ଆମେ ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ’ ମନ୍ତ୍ର ସହିତ କାର୍ଯ୍ୟ କରୁଛୁ।

Latest Posts

Don't Miss