ବଦଳିବ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରର ନାଁ ! ଜାଣନ୍ତୁ କଣ ହେବ ନୂଆ ନାମ

ଅଯୋଧ୍ୟା: ବଦଳିବ ଅଯୋଧ୍ୟାର ଶ୍ରୀରାମ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରର ନାଁ  । ବିମାନ ବନ୍ଦରର ନାଁ ବଦଳିବା ପ୍ରସ୍ତାବରେ ଆଲୋଚନା ଚାଲିଛି  । ରାମ ମନ୍ଦିର ଖୋଲିବା ପୂର୍ବରୁ ବିମାନ ବନ୍ଦରର ନାଁ ବଦଳିବା ନେଇ ଚର୍ଚ୍ଚା ଚାଲିଛି  । ଅଯୋଧ୍ୟା ବିମାନ ବନ୍ଦରର ନାଁ ମହର୍ଷି ବାଲ୍ମିକୀଙ୍କ ନାଁରେ ନାମିତ ହେବା ପାଇଁ ଯୋଜନା ଚାଲିଛି  । ରିପୋର୍ଟ ଅନୁସାରେ ଉତ୍ତର ପ୍ରଦେଶ ଯୋଗୀ ସରକାର ଏହା ବାବଦରେ ଏକ ପ୍ରସ୍ତାବ ପଠାଇବେ  । ମର୍ଯ୍ୟାଦା ପୁରୁଷ ରାମଙ୍କ ନାଁରେ ବର୍ତ୍ତମାନର ଏୟାରପୋର୍ଟ ରହିଛି  ।

ରାମନଗରୀ ଅଯୋଧ୍ୟାରେ ଏବେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଜୋରସୋର ପ୍ରସ୍ତୁତି ଚାଲିଛି  । ରାମ ମନ୍ଦିରରେ ରାମଲଲାଙ୍କ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିବା ନେଇ ସମ୍ଭାବନା ରହିଛି  । ଏହାକୁ ନଜରରେ ରଖି ଧର୍ମନଗରୀରେ ସଂରଚନାରୁ ବିକାଶ କରିବା ପାଇଁ କାମ ଚାଲିଛି  । ଏହି କ୍ରମରେ ଅତ୍ୟାଧୁନିକ ବିମାନ ବନ୍ଦରର କାମ ବି ଚାଲିଛି  ।

ଉତ୍ତର ପ୍ରଦେଶ ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ଏହାର ନିର୍ମାଣ କାର୍ଯ୍ୟ  ନଭେମ୍ବର ୨୧ ତାରିଖ ସୁଦ୍ଧା ସରିବା ନେଇ ଆଶା କରାଯାଉଥିବା ବେଳେ ଆସନ୍ତା ବର୍ଷ ୨୦୨୪ ମସିହା ଜାନୁଆରୀରେ ଶ୍ରଦ୍ଧାଳୁ ଦର୍ଶନର ସୁଯୋଗ ପାଇବେ ।