spot_img

Latest Posts

ଅଯୋଧ୍ୟା ମାମଲାରେ ଆଜି ସରିବ ଶୁଣାଣି

ବହୁଚର୍ଚ୍ଚିତ ରାମ ଜନ୍ମଭୂମି ଓ ବାବରୀ ମସଜିଦ ଜମି ବିବାଦ ମାମଲାର ଏବେ ନିର୍ଣ୍ଣାୟକ ସମୟ ଉପନୀତ ହୋଇଛି। ସୁପ୍ରିମକୋର୍ଟ ବୁଧବାର ଦିନ ଶୁଣାଣି ଶେଷ କରିବାକୁ ଆଶା ରଖିଛନ୍ତି । ସୁପ୍ରିମ କୋର୍ଟ ଗତକାଲି ଶୁଣାଣି ସମୟରେ କହିଥିଲେ, ବୁଧବାର ଅଯୋଧ୍ୟା ମାମଲାର ଶୁଣାଣି ଶେଷ କରିବା ପାଇଁ ଚେଷ୍ଠା କରାଯିବ । ଏଥିପାଇଁ ଦୁଇ ପକ୍ଷଙ୍କୁ ଯୁକ୍ତି ରଖିବାକୁ କୁହାଯାଇଛି । ସମସ୍ତେ ନିଜର ନିଜର ଚୂଡାନ୍ତ ଯୁକ୍ତି ରଖିବେ । ଏହାପରେ କୋର୍ଟ ତାଙ୍କ ଶୁଣାଣି ଶେଷ କରିବେ ।

ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ସାମ୍ୱିଧାନିକ ଖଣ୍ଡପୀଠ ଦୀର୍ଘ ୩୯ ଦିନ ଧରି ରାମ ଜନ୍ମଭୂମି ଓ ବାବରୀ ମସଜିଦ ମାମଲାର ଦୈଦିନକ ଶୁଣାଣି କରୁଛନ୍ତି। ଏହା ପୂର୍ବରୁ ଅକ୍ଟୋବର 18 ତାରିଖ ସୁଦ୍ଧା ନିଜ ନିଜର ଯୁକ୍ତି ରଖିବାକୁ ଦିନ ଧାର୍ଯ୍ୟ କରାଯାଥିଲେ। କିନ୍ତୁ ସିଜେଆଇ ମଙ୍ଗଳବାର ଦିନ ସଂକେତ ଦେଇଛନ୍ତି ଯେ ଗୁରୁବାର ପରିବର୍ତ୍ତେ ବୁଧବାର ଦିନ ଶୁଣାଣି ଶେଷ କରିବାକୁ ଚେଷ୍ଟା କରାଯିବ।

ଅନ୍ୟପଟେ ମାମଲାର ଶୁଣାଣି ସମୟରେ ମଙ୍ଗଳବାର ଦିନ ସୁପ୍ରିମକୋର୍ଟରେ ହିନ୍ଦୁ ପକ୍ଷକାର ଯୁକ୍ତି ରଖିଥିଲେ ଯେ, ଅଯୋଧ୍ୟାରେ ଭଗବାନ ରାମଙ୍କ ଜନ୍ମସ୍ଥାନ ଉପରେ ମସଜିଦ ନିର୍ମାଣ କରି ମୋଗଲ ଶାସକ ବାବରଙ୍କ ଦ୍ୱାରା କରାଯାଇଥିବା ଐତିହାସିକ ଭୁଲକୁ ଏବେ ସୁଧାରିବାର ଆବଶ୍ୟକତା ରହିଛି। ପୂର୍ବରୁ ୨୦୧୦ରେ ଆହ୍ଲାବାଦ୍ ହାଇକୋର୍ଟ ଦେଇଥିବା ରାୟ ଉପରେ ୧୪ ଜଣ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମାମଲା ୯ ବର୍ଷ ଧରି ବିଚାର ଚାଲିଛି । ତେବେ ଆଜି ଏହାକୁ ନେଇ ଗଭୀର ଉଦବେଦ୍ ପ୍ରକାଶ କରିଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ୍ ରଂଜନ ଗୋଗୋଇ । କହିଛନ୍ତି, ସମୟ ଅନୁସାରେ ସମସ୍ତେ କାର୍ଯ୍ୟ ଶେଷ କରିବାର ଆବଶ୍ୟକତା ରହିଛି । ଏହାକୁ ଦେଖି ସମସ୍ତେ କାର୍ଯ୍ୟ କଲେ ଭଲ ହେବ । କୋର୍ଟ ମଧ୍ୟ ଶୁଣାଣି ଶେଷ ପରେ ଚୂଡାନ୍ତ ନିଷ୍ପତ୍ତି ନେବାକୁ ଖୁବଶୀଘ୍ର ଦିନ ଧାର୍ଯ୍ୟ କରିପାରନ୍ତି । ସେପଟେ ରାମଲାଲାକୁ ଛାଡ଼ି ଅନ୍ୟ ଦୁଇ ପକ୍ଷ ଧିରେ ଧିରେ ନରମି ଥିବା ଭଳି ମନେହେଉଛି । ତେବେ ବୁଧବାର ଅପରାହ୍ନ ୫ଟା ସୁଦ୍ଧା ଶୁଣାଣି ଶେଷ ହେବାର ସମ୍ଭାବନା ରହିଛି । ')}

Latest Posts

Don't Miss