ଅଯୋଧ୍ୟାରେ ଗମ୍ବୁଜ ତଳେ ରହିଛି ମନ୍ଦିର : ସୁପ୍ରିମକୋର୍ଟ

1 min read

ନୂଆଦିଲ୍ଲୀ : କୋର୍ଟ ରୁମରେ ଅଯୋଧ୍ୟା ମାମଲାର ଶୁଣାଣି ଆରମ୍ଭ କରିଛନ୍ତି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ । ୩୦ ମିନିଟ ମଧ୍ୟରେ ଆସିବ ଏହି ଐତିହାସିକ ରାୟ। ୫ ଜଣିଆ ଖଣ୍ଡପୀଠଙ୍କ ନିଷ୍ପତ୍ତି ସର୍ବସମ୍ମତକ୍ରମେ ହୋଇଥିବା ପ୍ରଧାନ ବିଚାରପତି କହିଛନ୍ତି ।  ନିର୍ମୋହି ଆଖଡ଼ା ସେବାୟତ ନୁହନ୍ତି ଏହା କେବଳ ଏକ ପରିଚାଳକ ବୋଲି କୋର୍ଟ କହିଛନ୍ତି । ପ୍ରତ୍ନତତ୍ୱ ବିଭାଗର ରିପୋର୍ଟ ଆଧାରରେ ଯୁକ୍ତି କରାଯାଇଛି। ASIର ରିପୋର୍ଟକୁ ସନ୍ଦେହ କରାଯାଇନପାରେ ଏବଂ ଏହାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ୧୯୪୬ ଫୈଜାବାଦ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସିହା ଓ୍ୱାକଫ୍ ବୋର୍ଡର ସ୍ପେସାଲ୍ ଲିଭ୍ ପିଟିସନକୁ ଖାରଜ୍ କରିଛନ୍ତି ସୁପ୍ରିମକୋର୍ଟ । ଗମ୍ବୁଜ ତଳେ ମନ୍ଦିର ଥିବା କୋର୍ଟ କହିଛନ୍ତି । ହିନ୍ଦୁମାନେ ୧୮୫୭ ପୂର୍ବରୁ ମନ୍ଦିରର ଗର୍ଭଗୃହରେ ପୂଜାର୍ଚ୍ଚନା କରୁଥିବାର ପ୍ରମାଣ ମିଳିଛି । ଦ୍ୱାଦଶ ଶତାଦ୍ଦୀ ପୂର୍ବରୁ ତଥ୍ୟ ମିଳୁନାହିଁ ।

ସୁପ୍ରିମକୋର୍ଟ ଶୁଣାଣି ବେଳେ କହିଛନ୍ତି ଯେ, ଅଯୋଧ୍ୟା ରାମଙ୍କ ଜନ୍ମସ୍ଥାନ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି । ରାମଙ୍କୁ ନେଇ ସେମାନଙ୍କର ଧର୍ମୀୟ ଭାବାବେଗ ରହିଛି । ମୁସଲମାନମାନେ ଏହାକୁ ବାବରି ମସଜିଦ୍ କହୁଛନ୍ତି । ହିନ୍ଦୁଙ୍କର ବିଶ୍ୱାସ ଯେ, ରାମଙ୍କ ଜନ୍ମ ଏହିଠାରେ ହୋଇଥିଲା ଯାହାକି ବିବାଦବିହୀନ ।

  ')}

Leave a Reply