ରାମ ମନ୍ଦିର ପାଇଁ ୨୧ଶହ କୋଟି ଦାନ ଦେଲେ ଦେଶବାସୀ

ନୂଆଦିଲ୍ଲୀ: ରାମ ମନ୍ଦିର ପାଇଁ ୨୧ଶହ କୋଟି ଦାନ ଦେଲେ ଦେଶବାସୀ । ଅଯୋଦ୍ଧାରେ ଭବ୍ୟ ରାମମନ୍ଦିର ନିର୍ମାଣ ଲାଗି ଶେଷ ହୋଇଛି ପାଣ୍ଠି ସଂଗ୍ରହ ଅଭିଯାନ । ୪୪ ଦିନିଆ ଏହି ଅଭିଯାନରେ ଶନିବାର ସନ୍ଧ୍ୟା ସୁଦ୍ଧା ୨୧ଶହ କୋଟି ଟଙ୍କା ସଂଗ୍ରହ କରାଯାଇଛି । ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏହି ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲା ।ଏହି ଅଭିଯାନ ମାଧ୍ୟମରେ ଦେଶର ବିଭିନ୍ନ ପ୍ରାନ୍ତରୁ ୨୧ଶହ କୋଟି ସଂଗୃହୀତ ହୋଇଛି ।
ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ ହେବା ପୂର୍ବରୁ ମନ୍ଦିର ନିର୍ମାଣ ଲାଗି ୧୧ଶହ କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିଲା । ମାତ୍ର ଲୋକମାନଙ୍କ ସହଯୋଗରେ ଏହାଠାରୁ ହଜାରେ କୋଟି ଟଙ୍କା ଅଧିକ ସଂଗ୍ରହ ହୋଇପାରିଛି । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଗୋବିନ୍ଦ ଦେବ ଗିରି କହିଛନ୍ତି, ରାମ ମନ୍ଦିର ନିର୍ମାଣ ଲାଗି ପାଣ୍ଠି ସଂଗ୍ରହ ଅଭିଯାନ ଶେଷ ହୋଇଛି । ମନ୍ଦିର ନିର୍ମାଣ ଲାଗି ୩ଶହରୁ ୪ଶହ କୋଟି ଖର୍ଚ୍ଚ ହେବ । ଏବଂ ମନ୍ଦିର ପରିସହ ଉନ୍ନତୀକରଣ ଲାଗି ପ୍ରାୟ ୧୧ଶହ କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ।