Exit Poll: ପଞ୍ଜାବରେ ବଦଳିବ ସରକାର, ଆପ ସପକ୍ଷରେ ବହୁମତ

1 min read

ଅମୃତସର: ପଞ୍ଜାବରେ ବଦଳିଯିବ ସତ୍ତା  । ସରକାରରେ ବସିପାରେ ନୂଆ ଦଳ  । ପଞ୍ଜାବ ବାସୀ ଦେଖିବାକୁ ଚାହୁଁଛନ୍ତି ନୂଆ ମୁଖ୍ୟମନ୍ତ୍ରୀ  । ରାଜ୍ୟରେ ୧୧୭ ବିଧାନସଭା ଆସନରେ ନିର୍ବାଚନ ସରିଛି  । ଆସନ୍ତା ୧୦ ତାରିଖରେ ଘୋଷଣା ହେବ ବିଧିବଦ୍ଧ ଫଳାଫଳ  । ତେବେ ଆଜି ପ୍ରକାଶ ପାଇଥିବା ଅନେକ ଏକଜିଟ ପୋଲ ରିପୋର୍ଟ ମୁତାବିକ ପଞ୍ଜାବରେ ଆମ ଆଦମୀ ପାର୍ଟି ବହୁମତ ହାସଲ କରିପାରେ  । ଇଣ୍ଡିଆ ଟୁଡେ ଆଜତକ ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ  ପଞ୍ଜାବରେ ଆପ୍ ୧୧୭ ଆସନ ମଧ୍ୟରୁ ୭୬ ରୁ ୯୦ ଟି ଆସନ ହାସଲ କରିପାରେ  ।

ସେହିପରି ପୂର୍ବରୁ ସତ୍ତାରେ ଥିବା କଂଗ୍ରେସ ଦଳ ୧୯ରୁ ୩୧ଟି ଆସନ ହାସଲ କରିପାରେ  । ଅନ୍ଯପକ୍ଷରେ ବିଜେପି ୧ରୁ ୪ଟି ଆସନରେ ବିଜୟ ଲାଭ କରିବା ନେଇ ଏକଜିଟ ପୋଲ ପ୍ରକାଶ ପାଇଛି  । ସେହିପରି NDTV ମଧ୍ୟ ସମାନ ଆକଳନ କରିଛି  । ବୁଥ ବାହୁଡ଼ା  ମତ ଅନୁସାରେ ଆପ ପଞ୍ଜାବରେ ୬୮ରୁ ଆସନରେ ବିଜୟ ହାସଲ କରିପାରେ  । ତେବେ ପଞ୍ଜାବରେ କଂଗ୍ରେସ ଦୀର୍ଘଦିନ ଧରି ସରକାରରେ ରହିଥିବେଳେ ଏଥର ପଞ୍ଜାବବାସୀ ନୂଆ ମୁହଁ ଦେଖିବାକୁ ଚାହୁଁଥିବା ଜଣାପଡିଛି  ।

ଯଦି ଏକଜିଟ୍ ପୋଲ ସତ ପ୍ରକାଶ ହୁଏ, ତେହେ ଦିଲ୍ଲୀ ପରେ କୌଣସି ଏକ ଦ୍ୱିତୀୟ ରାଜ୍ୟରେ ସରକାର ଗଢିବାକୁ ଯାଉଛି ଆମ ଆଦମୀ ପାର୍ଟି । ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ପଞ୍ଜାବରେ ଏକ ଭିନ୍ନ ତରିକାରେ ଲଢିଥିଲେ ନିର୍ବାଚନ  । ନିର୍ବାଚନ ପୂର୍ବରୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଥିଲା ଆପ୍  । ଭଗୱନ୍ତ ମାନଙ୍କୁ ଦଳ ଚେହେରା କରି ନିର୍ବାଚନରେ ଓହ୍ଲାଇଥିଲା  । ସମଗ୍ର ରାଜ୍ୟରେ ଭଗୱନ୍ତଙ୍କ ପୋଷ୍ଟରରେ ନିର୍ବାଚନ ଲଢିଥିଲା ଦଳ  । ତେବେ ଆପ ଯଦି ପଞ୍ଜାବରେ ବହୁମତ ହାସଲ କରେ, ତେବେ ମୁଖ୍ୟମନ୍ତ୍ରୀ ହେବେ ଭଗୱନ୍ତ ମାନ୍  ।