ଟ୍ୱିନସିଟି ପୋଲିସର ନିଆରା ପଦକ୍ଷେପ, ଡାକବାଜି ଯନ୍ତ୍ର ସାହାଯ୍ୟରେ ଦେଉଛନ୍ତି ସଚେତନତା ବାର୍ତ୍ତା

ଭୁବନେଶ୍ୱର: ପୁଣି ବଢିଛି ଲକ୍‌ ଡାଉନ୍‌ ଅବଧି। ମେ ୧୭ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ତୃତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌। କଟକଣାକୁ ଅନୁପାଳନ କରି କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରାଯିବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ରସରକାର । ଏନେଇ ଲୋକଙ୍କୁ ସଚେତନ କରିବାକୁ କମିଶନରେଟ୍‌ ପୋଲିସ ଅଣ୍ଟା ଭିଡିଛି। ପ୍ରଥମ ପର୍ଯ୍ୟାୟରେ ଡାକବାଜି ଯନ୍ତ୍ର ଓ ବ୍ୟକ୍ତିଗତ ଭାବେ ବ୍ୟବସାୟୀଙ୍କ ମଧ୍ୟରେ ସଚେତନ କରିବାକୁ ଉଦ୍ୟମ ଆରମ୍ଭ କରିଛି ପୋଲିସ ।

ମେ’୩ ତାରିଖରେ ଶେଷ ହେବ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌।  ତା’ ପୂର୍ବରୁ ପୁଣି ଥରେ ଲକ୍‌ ଡାଉନ୍‌ ଅବଧିକୁ ବଢାଇଛନ୍ତି କେନ୍ଦ୍ର ସରକାର। ଏହି ତୃତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌ ମେ ୧୭ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟରେ ସମସ୍ତ କଟକଣାକୁ ଅନୁପାଳନ କରିବା ସହିତ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ତ୍ଵ ଦେଇଛି କମିଶନରେଟ୍‌ ପୋଲିସ । ଏନେଇ ଟ୍ୱିନ୍‌ସିଟିରେ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସଚେତନତା ଅଭିଯାନ । ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ବଜାରରେ ବୁଲି ବୁଲି ବ୍ୟବସାୟୀଙ୍କୁ ସଚେତନ କରୁଛି ପୋଲିସ । ମାସ୍କ ନଥିଲେ ଲୋକଙ୍କୁ ସାମଗ୍ରୀ ନଦେବାକୁ ପରାମର୍ଶ ଦେଇଛି ପୋଲିସ । ସେପଟେ ନିୟମ ଖିଲାପକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ମଧ୍ୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜମହଲ ଛକରୁ ବାପୁଜୀ ନଗର ପର୍ଯ୍ୟନ୍ତ ପୋଲିସ ପକ୍ଷରୁ ହୋଇଥିଲା ନିଆରା ଅଭିଯାନ । ପିସିଆର ଭ୍ୟାନ୍‌ର ସାଇରନ୍‌ ବଜାଇ ଓ ଡାକବାଜି ଯନ୍ତ୍ର ଜରିଆରେ ଲୋକଙ୍କୁ କରାଯାଇଥଲା ସଚେତନ ।  ସାମାଜିକ ଦୂରତା ରକ୍ଷା ସହ ସ୍ବଚ୍ଛତାକୁ ଗରୁତ୍ବ ଦେଲେ କରୋନା ସଂକ୍ରମଣକୁ ରୋକାଯାଇପରିବ ବୋଲି ପ୍ରଚାର କରାଯାଇଥଲା । ଏହି ଅଭିଯାନ୍‌ରେ ପୋଲିସ ସହ ହାତ ମିଳାଇଛି ବାପୁଜୀ ନଗର ବ୍ୟବସାୟୀ ସଂଘ । ଅନ୍ୟପଟେ ପୋଲିସର ଏଭଳି ପଦକ୍ଷେପକୁ ସଧାରଣରେ ସ୍ୱାଗତ କରାଯାଇଛି ।

ଆଗାମୀ ଦିନରେ କମିଶନରେଟ୍‌ ପୋଲିସ ପକ୍ଷରୁ ରାଜଧାନୀର ପ୍ରତିଟି  ଅଞ୍ଚଳରେ ପର୍ଯ୍ୟାୟ କ୍ରମେ ଏହି ସଚେତନ ଅଭିଯାନ ଜାରି ରହିବ ବୋଲି ସୂଚନା ଦିଆଯାଇଛି ।

Leave a Reply