spot_img

Latest Posts

ଜିମେଲ, ଆାଉଟଲୁକ୍ ୟୁଜର୍ସ ସାବଧାନ: ଗୋଟିଏ କ୍ଲିକରେ ହୋଇଯିବେ କାଙ୍ଗାଳ

ନୂଆଦିଲ୍ଲୀ: ଜିମେଲ ଓ ଆଉଟଲୁକ୍ ବ୍ୟବହାର କରୁଛନ୍ତି କି ? ଯଦି କରୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ ! ଲୋଭରେ ଗିଫ୍ଟ ଚକ୍କରରେ ପଡ଼ନ୍ତୁ ନାହିଁ। ଗୋଟିଏ କ୍ଲିକରେ ଆପଣ ଇମେଲ ଠକେଇର ଶିକାର ହୋଇଯିବେ ଓ ଆପଣଙ୍କ ଆକାଉଣ୍ଟ ଖାଲି ହୋଇଯିବା ସହ ମେଲରୁ ସମସ୍ତ ଡାଡା ଚୋରି ହୋଇଯିବ।

ମିଳିଥିବା ସୂଚନା ଅନୁସାରେ, ୟୁଜର୍ସଙ୍କ ପାଖକୁ ଆସୁଛି କିଛି ମନଲୋଭା ଗିଫ୍ଟ କାର୍ଡ। ହେଲେ ଏହା ଅସଲି ନୁହେଁ ନକଲି ଗିଫ୍ଟ କାର୍ଡ। ଯଦି ଲୋଭରେ ପଡ଼ି ଏହାକୁ କ୍ଲିକ କରିବେ ତେବେ ସବୁକିଛି ହରାଇ ବସିବେ।

ଲାଟେଷ୍ଟ ଇମେଲ୍ ଠକେଇରେ ଜିମେଲ ଓ ଆଉଟଲୁକ୍ ୟୁଜର୍ସଙ୍କୁ ଟାର୍ଗେଟ କରାଯାଉଛି। ଲିଙ୍କ୍ ପଠାଇବା ପରେ ଏହାକୁ କ୍ଲିକ କରିବାକୁ ବିଭିନ୍ନ ପ୍ରକାର ଗିଫ୍ଟର ପ୍ରଲୋଭନ ଦେଖାଉଛନ୍ତି ଠକ। ଏମାନେ ନିଜ ଇମେଲକୁ ଏମିତି ବନାଇଛନ୍ତି ଯେ ପ୍ରଥମ ଦେଖାରେ ଏହା ଫେକ୍ ବୋଲି ଜାଣିବା ଜଣଙ୍କ ପକ୍ଷେ ଅସମ୍ଭବ। ଲୋଭରେ ପଡ଼ି ଏହାକୁ କ୍ଲିକ୍ କରନ୍ତୁନି।

ମେସେଜରେ କ’ଣ ଲେଖା ହୋଇଥାଏ ?

ଆସିଥିବା ମେଲରେ ଲେଖାଥାଏ ‘ଆପଣଙ୍କୁ ଗିଫ୍ଟ କାର୍ଡ ଦିଆଯାଉଛି। ଯାହା କିଛି ନିର୍ଦ୍ଧିଷ୍ଟ ଷ୍ଟୋରରେ ଉପଲବ୍ଧ ଅଛି। ଏଥିପାଇଁ ଆପଣଙ୍କୁ ଏକ ସର୍ଭେରେ ଭାଗ ନେବାକୁ ପଡ଼ିବ।’ ଯଦି ଆପଣଙ୍କ ପାଖକୁ ଏମିତି ମେଲ ଆସିଛି, ତେବେ ଅଣଦେଖା କରିଦିଅନ୍ତୁ।

କେବଳ ଇମେଲ ଲିଙ୍କ୍ କାହିଁକି ଫୋନ ମେସେଜ ବକ୍ସ, ଫେସବୁକ, ହ୍ବାଟ୍ସଅପ ଓ ଅନ୍ୟ ସୋସିଆଲ ମିଡିଆରେ ଆସୁଥିବା କୌଣସି ବି ଅଜଣା ଲିଙ୍କକୁ କ୍ଲିକ୍ କରନ୍ତୁ ନାହିଁ।

କେମିତି ଠକାମିରୁ ବର୍ତ୍ତିବେ ?

ଜିମେଲ, ଆଉଟଲୁକ ଓ ଅନ୍ୟ ୟୁଜର୍ସ ଇମେଲ ଠକେଇରୁ କେମିତି ବଞ୍ଚିବେ ଜାଣି ରଖନ୍ତୁ।

୧. ଅଜଣା ଲିଙ୍କ୍ କ୍ଲିକ୍ କରନ୍ତୁ ନାହିଁ।

୨. କୌଣସି ଆଟାଚମେଣ୍ଟକୁ ଖୋଲନ୍ତୁ ନାହିଁ।

୩. ଅଜଣା ଓ୍ବେବସାଇଟରେ ନିଜର ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ ନାହିଁ।

୪. କୌଣସି ସର୍ଭେରେ ଭାଗ ନେଲେ ନିଜ ଇମେଲ କି ପାସଓ୍ବାର୍ଡ ସେୟାର କରନ୍ତୁନି।

କେମିତି ଜାଣିବେ ଠକ୍ ଇମେଲ ?

ବଡ଼ ପ୍ରଶ୍ନ ହେଉଛି ଫେକ୍ ଇମେଲ କେମିତି ଚିହ୍ନିବେ। ଯଦି କୌଣସି ଇମେଲରେ ଲେଖାରେ ମାତ୍ରାଧିକ ଭୁଲ ରହୁଛି ଓ ବ୍ୟାକରଣଗତ ତ୍ରୁଟି ରହୁଛି ତେବେ ଜାଣିବେ ଏହା କୌଣସି ଠକର କାରସାଦି। ଏମିତି ମେଲକୁ ତୁରନ୍ତ ଚିହ୍ନଟ କରି ନିଜ ଷ୍ଟୋରେଜରୁ ହଟାଇ ଦିଅନ୍ତୁ।

ଜିମେଲକୁ କେମିତି ଦେବେ ରିର୍ପୋଟ ?

ଜିମେଲକୁ ଫିସିଙ୍ଗ ଇମେଲ୍ ପାଇଁ କେମିତି ରିର୍ପୋଟ କରିବେ ଜାଣି ରଖନ୍ତୁ।

୧. କମ୍ପ୍ୟୁଟରରେ ନିଜ ଜିମେଲ ଆକାଉଣ୍ଟ ଖୋଲନ୍ତୁ।

୨. ସ୍କାମି ମେସେଜକୁ ଯାଆନ୍ତୁ।

୩. ଏହାପରେ ରିପ୍ଲାଏରେ କ୍ଲିକ କରନ୍ତୁ।

୪. ରିର୍ପୋଟ ଫିସିଙ୍ଗରେ କ୍ଲିକ କରନ୍ତୁ।

୫. ଏବେ ସେଣ୍ଡ କରିଦିଅନ୍ତୁ।

ସାବଧାନ ରୁହନ୍ତୁ। ନିଜ ବ୍ୟକ୍ତିଗତ ତଥ୍ୟ ଓ ସମ୍ପତ୍ତିକୁ ସୁରକ୍ଷିତ ରଖନ୍ତୁ।

Latest Posts

Don't Miss