ଶୁଭଲକ୍ଷ୍ମୀ ସୁଇସାଇଡ୍ ସସପେନ୍ସରୁ ଉଠୁଛି ପରଦା, ଆସିଲା ପୋଷ୍ଟମର୍ଟମ ରିପୋର୍ଟ

1 min read

କଟକ : ଶୁଭଲକ୍ଷ୍ମୀ ସୁଇସାଇଡ଼ ସସପେନ୍ସରୁ ଉଠୁଛି ପରଦା । ସାମ୍ନାକୁ ଆସିଲା ଶୁଭଲକ୍ଷ୍ମୀଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଲକ୍ଷ୍ମୀସାଗର ପୋଲିସ ହାତରେ ଲାଗିଛି ପୋଷ୍ଟମର୍ଟମ ରିପୋର୍ଟ । ପୋଷ୍ଟମର୍ଟମ ରିପୋର୍ଟରେ ଶୁଭଲକ୍ଷ୍ମୀ ନିଶା ସେବନ କରିଥିବା ସ୍ପଷ୍ଟ ହୋଇଛି । ତେବେ କିଏ ଓ କାହିଁକି ନିଶା ଦେଇଥିଲା ସେ ନେଇ ଚାଲିଛି ତଦନ୍ତ । ସେପଟେ SFSL ଗଲା ଭିସେରା ଓ ପୋଷ୍ଟମର୍ଟମ ସାମ୍ପୁଲ । ମୃତ୍ୟୁର ୪ରୁ ୬ ଘଣ୍ଟା ପୂର୍ବରୁ ନିଶା ସେବନ କରିଥିଲେ ଶୁଭଲକ୍ଷ୍ମୀ ।

ବାର୍‌ କର୍ମଚାରୀ, ପରିବାର ସଦସ୍ୟ ଓ ବୟଫ୍ରେଣ୍ଡଙ୍କୁ ମିଶାଇ ୧୨ ଜଣଙ୍କୁ ଜେରା କରିଛି ପୋଲିସ । କଟକ ରୋଡ଼ ଦୀପାଳି ଲଜ୍‌ରୁ ଶୁଭଲକ୍ଷ୍ମୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତ୍ୟୁ ପୂର୍ବରୁ ଶୁଭଲକ୍ଷ୍ମୀଙ୍କ ପାଖକୁ କିଏ ଅବା ଶୁଭଲକ୍ଷ୍ମୀ କାହାକୁ ଫୋନ କରିଥିଲେ । କାହା ସହିତ ଶେଷଥର ପାଇଁ କଥା ହୋଇଥିଲେ ଶୁଭଲକ୍ଷ୍ମୀ । ଏନେଇ ଏସଏଫଏସଏଲ ରିପୋର୍ଟ ତଥ୍ୟ ଅନୁସାରେ ତଦନ୍ତକୁ ଆହୁରି ଜୋରଦାର କରାଯିବ । ସେପଟେ ଶୁଭଲକ୍ଷ୍ମୀଙ୍କ ରିଲ୍ସରେ ନଜର ଆସୁଥିବା ପୁରୁଷବନ୍ଧୁଙ୍କୁ ମାରାଥନ ଜେରା କରିଛି ଲକ୍ଷ୍ମୀସାଗର ପୋଲିସ । ୨ ତାରିଖରୁ ୪ ତାରିଖ ମଧ୍ୟରେ ହୋଟେଲ ରୁମରେ ଶୁଭଲକ୍ଷ୍ମୀ କାହା ସହ ମିଶିଥିଲେ ? ସେ ସବୁ ଜାଣିବା ପାଇଁ ସିସିଟିଭି ଯାଞ୍ଚ କରାଯାଇଛି । ଅନ୍ୟପଟେ ଭାଇରାଲ ଭିଡିଓକୁ ନେଇ ମଧ୍ୟ ତଦନ୍ତ କରୁଛି ପୋଲିସ ।