spot_img

Latest Posts

ବନ କର୍ମଚାରୀଙ୍କୁ ମିଳିବ ଅଟୋମେଟିକ୍ ବନ୍ଧୁକ

ନନ୍ଦିଘୋଷ ବ୍ୟୁରୋ: ସତର୍କ, ସଜାଗ ବନ ବିଭାଗ। ଜଙ୍ଗଲ ବାହାରେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବନ ବିଭାଗର ତତ୍ପରତା ହେଉ କି ଜଙ୍ଗଲ ଭିତରେ ଶିକାରୀଙ୍କ କବଳରୁ ବନ୍ୟଜନ୍ତୁଙ୍କ ରକ୍ଷା କରିବା, ସବୁଠି ବନ ବିଭାଗର କଡ଼ା ପଦକ୍ଷେପ। ଭଦ୍ରକର ସାପଧରାଳୀ ମିର୍ଜା ଆରିଫଙ୍କ ଗିରଫ ଘଟଣା ବନ୍ୟଜନ୍ତୁଙ୍କୁ ନେଇ ନିଜର ବୃତ୍ତି ପ୍ରବୃତ୍ତି ଦେଖାଉଥିବା ଭଳି  ଅନ୍ୟମାନଙ୍କ ଲାଗି ଉଦାହରଣ ସାଜିଛି। ଏପଟେ ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କୁ ସାବାଡ଼ କରିବାକୁ ବନ କର୍ମଚାରୀମାନଙ୍କୁ ଅଧିକ ସଶକ୍ତ କରାଯାଇଛି। ପୂର୍ବରୁ ବନ୍ଧୁକ ଚଳାଇବାର କ୍ଷମତା ମିଳିସାରିଥିବା ବେଳେ ଏବେ ସେମାନଙ୍କୁ ମିଳିବ ଅଟୋମେଟିକ୍ ଗନ୍ ଏବଂ ବୁଲେଟ ପ୍ରୁଫ ଜ୍ୟାକେଟ। ବନ ବିଭାଗର କଠୋର ପଦକ୍ଷେପ ଶିକାରୀଙ୍କ କବଳରୁ ଅଭୟାରଣ୍ୟକୁ ରକ୍ଷା କରିବା ସହିତ ପରିବେଶ ସନ୍ତୁଳନ ଦିଗରେ ବି ସହାୟକ ହେବ ବୋଲି ପରିବେଶବିତ ମତ ରଖିଛନ୍ତି।

ବନ କର୍ମଚାରୀଙ୍କୁ ମିଳିବ ଅଟୋମେଟିକ୍ ବନ୍ଧୁକ। ଶିକାରୀଙ୍କ ଗୁଳିରୁ ରକ୍ଷା ପାଇବା ପାଇଁ ସୁରକ୍ଷା ଦାୟିତ୍ବରେ ଥିବା ବନ କର୍ମଚାରୀଙ୍କୁ ମିଳିବ ବୁଲେଟ ପୃଫ ଜ୍ୟାକେଟ। ଜଙ୍ଗଲ ଭିତରେ ଚାଲିଛି ଟ୍ରେନିଂ କ୍ୟାମ୍ପ। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଫରେଷ୍ଟ ର୍ଗାଡ଼ ଓ ଫରେଷ୍ଟରଙ୍କୁ ମିଳିଛି ଅଧିକ କ୍ଷମତା। ସପ୍ତାହେ ଭିତରେ କୁଲଡ଼ିହା ଅଭୟାରଣ୍ୟରେ ଶିକାରୀଙ୍କ ସହ ଗୁଳି ବିନିମୟ ପରେ ଅଧିକ ସଜାଗ ଓ ସତର୍କ ହୋଇଛି ବନ ବିଭାଗ।କୁଲଡ଼ିହାରେ ଚାଲିଛି ବ୍ୟାପକ ସର୍ଚ୍ଚ ଅପରେସନ। ଶିମିଳିପାଳ ପରି କୁଲଡ଼ିହା ଅଭୟାରଣ୍ୟକୁ ଶିକାରୀମୁକ୍ତ କରିବାକୁ ବନ ବିଭାଗ ଜୋରଦାର କରିଛି ଅପରେସନ। ବନ ବିଭାଗର ଏଭଳି ଆଭିମୁଖ୍ୟକୁ ପରିବେଶବିତ୍ ଓ ବ୍ୟାଘ୍ର ବିଶେଷଜ୍ଞ ସ୍ବାଗତ କରିଛନ୍ତି।

ଏପଟେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଇ ଚର୍ଚ୍ଚାରେ ବନ ବିଭାଗ। ଭଦ୍ରକର ସାପ ଧରାଳୀ ର୍ମିଜା ଆରିଫଙ୍କ ଗିରଫ କରି ବନ୍ୟଜନ୍ତୁଙ୍କ ନେଇ ଆଇନ ହାତକୁ ନେଉଥିବା ଅନ୍ୟମାନଙ୍କୁ ଚେତାବନୀ ଦେଇଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ। ଭୁବନେଶ୍ବର ଚନ୍ଦକା ଡ଼ିଭିଜନରେ ନୂଆ କରି ପ୍ରସ୍ତୁତ କରାଯାଇଥିବା ରାପିଡ଼ ରେସପନ୍ସ ଟିମର ସଫଳତା ସାମ୍ନାକୁ ଆସିଛି। ଜଙ୍ଗଲରେ ଆହତ ଏକ କଲରାପତରିଆ ବାଘକୁ ଉଦ୍ଧାର କରି ଚିକିତ୍ସା କରିଛି ଟିମ୍। ଏପଟେ ହାତୀ ବେକରେ ରେଡ଼ିଓ କଲାର ଲାଗିବା ପରେ ଏକ ଆହତ ଦନ୍ତାହାତୀର ବିଚରଣକୁ ଅନୁଧାନ କରିବାରେ ସଫତା ମିଳିଛି। ଏସବୁ ସଫଳତାକୁ ସୋସିଆଲ ମିଡିଆ ପେଜରେ ଉଲ୍ଲେଖ କରିଛନ୍ତି ପିସିସିଏଫ୍। ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବାରେ ବନ ବିଭାଗର ତତ୍ପରତାକୁ ପ୍ରଶଂସା କରାଯାଇଛି।

Latest Posts

Don't Miss