ଗାଡି ସାଇଡ୍‌ ପାଇଁ କହିବାରୁ ନିର୍ଦ୍ଧୁମ ପିଟିଲେ ଅଟୋ ଚାଳକ

ପୁରୀ: ସତ୍ୟବାଦୀ ଥାନା ଶୁକଳ ଛକରେ ନିର୍ମମ କାଣ୍ଡ । ଗାଡ଼ି ସାଇଡ୍ କରିବାକୁ ନେଇ ଅଟୋ ଚାଳକ ଓ ହାଇୱା ହେଲପରଙ୍କ ମଧ୍ୟରେ କଥା କଟାକଟି । ପରିଣାମ ସ୍ବରୂପ ହାଇୱା ହେଲପରଙ୍କୁ ବେଲ୍‌ଟରେ ନିର୍ଦ୍ଧୁମ ପିଟିଲେ ଅଟୋ ଚାଳକ ।

ଉଭୟଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସୂଚନା ଅନୁସାରେ, ଶୁକଳ ଛକର ଅଟୋ ଚାଳକ ଅନିଆ ବିଶ୍ବାଳ ଏକ ଜଳଖିଆ ଦୋକାନ ଆଗରେ ଅଟୋ ରଖିଥିଲେ । ପଡ଼ିଶା ଭଣ୍ଡାରୀଦଣ୍ଡା ଗାଁର ହାଇୱା ହେଲପର ଅମର ପରିଡ଼ା ଅଟୋ ସାଇଡ ଦେବାକୁ କହିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।

ପରେ ଅମରର ମାଲିକ ଘଟଣାର ସମାଧାନ କରିଥିଲେ । ମାତ୍ର ଅଳ୍ପ ସମୟ ମଧ୍ୟରେ ଅମରକୁ ଅନିଆ ଆକ୍ରମଣ କରିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପୋଲିସ ଦୁଇ ପକ୍ଷରୁ ଦୁଇଟି ମାମଲା ରୁଜୁ କରି ଉଭୟଙ୍କୁ ଅଟକ ରଖିଛି ।.