ଜୁଆ ଖେଳକୁ କେନ୍ଦ୍ରକରି ଅଟୋ ଡ୍ରାଇଭରଙ୍କୁ ବିଭତ୍ସ ହତ୍ୟା ଅଭିଯୋଗ

ନୟାଗଡ଼: କାଳ ସାଜିଲା ଜୁଆଖେଳ । ଜୁଆ ଖେଳକୁ କେନ୍ଦ୍ରକରି ଅଟୋ ଡ୍ରାଇଭରଙ୍କୁ ବିଭତ୍ସ ହତ୍ୟା ଅଭିଯୋଗ । ନୟାଗଡ଼ ଜିଲ୍ଲା ରତନପୁର ଗାଁ ନିକଟ ଏକ ନିର୍ମାଣାଧିନ ପାଣିଟାଙ୍କିରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଲେଙ୍କୁଡିପଡା ଗାଁର ସରୋଜ ମହାନ୍ତି । ମୃତ ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି ।
ସରୋଜଙ୍କୁ କେହି ହତ୍ୟା କରି ଫିଙ୍ଗିଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଜୁଆ ଖେଳକୁ କେନ୍ଦ୍ର କରି ସରୋଜଙ୍କୁ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ମୃତ ଦେହକୁ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।
ଏଥିସହିତ ପଢ଼ନ୍ତୁ: ଦେଢ଼ କେଜି ସୁନା ଚୋରି ମାମଲା: ପିଅନ୍କୁ ଗିରଫ କଲା ପୋଲିସ