ପୁଣି ରକ୍ତରଞ୍ଜିତ ରାଜଧାନୀ, ମାଛ ବ୍ୟବସାୟୀଙ୍କୁ ହାଣିଲେ ଅଟୋ ଡ୍ରାଇଭର
ଭୁବନେଶ୍ବର: ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀ । ୨୨ର ରାଗ ୨୩ରେ ସୁଝେଇଲେ ମାଛ ବ୍ୟବସାୟୀ । ପ୍ରତିଶୋଧ ପରାୟଣ ହୋଇ ବ୍ୟବସାୟୀଙ୍କୁ ହାଣିଲେ ଅଟୋ ଡ୍ରାଇଭର । ବଡଗଡ ହାଇସ୍କୁଲ ପାଖରେ ମାଛ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ପକାଇଲେ ଅଟୋ ଡ୍ରାଇଭର। ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଅଜୟ କୁମାର ରାଉତ।
ମୁଣ୍ଡରେ ଓ ହାତରେ ଆଘାତ ଲାଗିଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହାଣିଥିବା ସୁଚନା ମିଳିଛି। ଏନେଇ ଅଭିଯୁକ୍ତ ଅଟୋ ଡ୍ରାଇଭରକୁ ଖୋଜୁଛି ପୋଲିସ। ପୁରୀରେ ଲୁଚିଥିବା ବେଳେ ପୋଲିସ ଧରିବା ପାଇଁ ଡେରା ପକାଇଛି।