ଅଟୋକୁ ଧକ୍କା ଦେଲା ବସ୍, ୧ ମୃତ ୪ ଗୁରୁତର

1 min read

ଅଟୋକୁ ଧକ୍କା ଦେଲା ବସ୍ । ଦିଗପହଣ୍ଡି ବ୍ରହ୍ମପୁର ମୁଖ୍ୟରାସ୍ତାର ଆମ୍ବଗଡ଼ ଠାରେ ଅଟୋକୁ ଧକ୍କା ଦେଇଛି ଏକ ଯାତ୍ରୀବାହୀ ବସ୍ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଗୁରୁତର ଆହତ ହୋଇଛନ୍ତି  ।

ସ୍ୱପ୍ନ ସାଗର ନାମକ ଏକ ଘରୋଇ ବସ ଏକ ପାସେଞ୍ଜର ଅଟୋକୁ ଧକ୍କା ଦେଇଥିଲା । ଏହି ଘଟଣାରେ ମୃତକ ଜଣଙ୍କ ହେଲେ ଗୁଣସଗାର ଗ୍ରାମର ରଞ୍ଜିତା ଦଳାଇ । ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଟୋଟି ଖଲିଙ୍ଗି ଅଞ୍ଚଳରୁ ଗୋଟିଏ ପରିବାରର ୮ଜଣଙ୍କୁ ନେଇ ମାଣ୍ଡିଆପଲି ନିକଟସ୍ଥ ସାଇ ମନ୍ଦିରକୁ ଯାଉଥିବା ବେଳେ ସାମ୍ନାରୁ ଆସୁଥିବା ଏକ ଯାତ୍ରୀବାହୀ ବସ ସହ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ବସଟିକୁ ଜବତ କରିଛି । ')}

Leave a Reply