ଭାରତଠାରୁ ବିଷ ଆମଦାନୀ କରିବାକୁ ଚାହୁଁଛି ଅଷ୍ଟ୍ରେଲିଆ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଆମଦାନୀ,ରପ୍ତାନୀ । କୌଣସି ସାମଗ୍ରୀ ଦେଶରେ ଆବାଶ୍ୟକତାଠାରୁ ଅଧିକା ଥିଲେ ରପ୍ତାନୀ ହୋଇଥାଏ ଓ କମ୍ ଥିଲେ ଆମଦାନୀ ହୋଇଥାଏ । ଯାହା ଦୁଇ ଦେଶ ମଧ୍ୟରେ ହେଉଥିବା ଏକ ସ୍ୱାଭାବିକ ପ୍ରକ୍ରିୟା । ଏହା ଦ୍ୱାରା ଦେଶ ଦେଶ ମଧ୍ୟ ଦ୍ୱିପାକ୍ଷିକ ସମ୍ପର୍କ ମଧ୍ୟ ସୁଦୃଢ଼ ହୋଇଥାଏ । ଏଭଳି କି ରାଜ୍ୟ ରାଜ୍ୟ ମଧ୍ୟରେ ମଧ୍ୟ ଏଭଳି ଆମଦାନୀ ଓ ରପ୍ତାନୀ ହୋଇଥାଏ । ତେବେ ଏହି ପ୍ରକ୍ରିୟା ମଧ୍ୟରେ ଅଷ୍ଟ୍ରେଲିଆ ଭାରତଠାରୁ ଲୋଡ଼ୁଛି ଏକ ସ୍ୱତନ୍ତ୍ର ଧରଣର ବିଷ । ଅର୍ଥାତ ଅଷ୍ଟ୍ରେଲିଆ ଭାରତ ଠାରୁ ଏକ ବିଶେଷ ପ୍ରକାରର ବିଷ ଆମଦାନୀ କରିବାକୁ ଚାହୁଁଛି, ଯାହା କେବଳ ଭାରତରେ ହିଁ ପ୍ରସ୍ତୁତ ହୋଇଥାଏ । ତେବେ ଆଶ୍ଚର୍ଯ୍ୟ କଥା ହେଉଛି ଯେ, ଏଭଳି ବିଷ ଅଷ୍ଟ୍ରେଲିଆରେ ପୂର୍ବରୁ ବ୍ୟାନ୍ ହୋଇସାରିଥିବା ସତ୍ତ୍ୱେ ସେ ଏହାକୁ ଆମଦାନୀ କରିବାକୁ ଚାହୁଁଛି । ତେବେ ଆସନ୍ତୁ ଜାଣିବା ଅଷ୍ଟ୍ରେଲିଆ କାହିଁକି ଏଭଳି କରିବାକୁ ଚାହୁଁଛି ।

ବର୍ତ୍ତମାନ ଅଷ୍ଟ୍ରେଲିଆରେ ଅଚାନକ୍ ଭାବେ ମୂଷାଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଯାହା ସାଧାରଣରେ ଜଣଙ୍କ କଳ୍ପନା ବାହାରେ । ବଢ଼ୁଥିବା ମୂଷାଙ୍କ ଯୋଗୁଁ ସେଠାକାର ଚାଷୀଙ୍କ ଫଲସହାନୀ ହେବା ନେଇ ଆଶଙ୍କା ସୃଷ୍ଟି ହେବା ସହ ସେଠାରେ ବସବାସ କରୁଥିବା ଲୋକଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଛନ୍ତି । ମୂଷାଙ୍କ ଯୋଗୁଁ ପ୍ଳେଗ୍ ବ୍ୟାପିବାର ମଧ୍ୟ ଆଶଙ୍କା ଦେଖାଦେଇଛି । ଅଷ୍ଟେଲିଆର ନ୍ୟୁ ସାଉଥ୍ ଓ୍ୱେଲସରେ ଉପୁଜିଛି ଏଭଳି ସମସ୍ୟା । ଏଣୁ ସେ ଭାରତରରୁ ୫ ହଜାର ଲିଟର ବ୍ରୋମାଡିଓଲଓ୍ୱାନ୍ ନାମକ ବିଷ ଆମଦାନୀ କରିବାକୁ ଚାହୁଁଛି । ଏବଂ ସେଠାକାର କେନ୍ଦ୍ରୀୟ ସରକାର ମଧ୍ୟ ଏହି ଆମଦାନୀକୁ ମଞ୍ଜୁରୀ ଦେଇଛନ୍ତି ।
ଗତ ମାର୍ଚ୍ଚ ମାସରୁ ସ୍ଥାନୀୟ ଲୋକେ ବଢ଼ୁଥିବା ମୂଷାଙ୍କ ସଂଖ୍ୟା ନେଇ ଅଭିଯୋଗ କରିଆସୁଛନ୍ତି । ସ୍ଥିତିକୁ ନଜରରେ ରଖି ନ୍ୟୁ ସାଉଥ୍ ଓ୍ୱେଲ୍ସ ସରକାର ଚାଷୀଙ୍କ ପାଇଁ ୫୦ ମିଲିୟନ୍ ଡଲାରର ସହାୟତା ମଧ୍ୟ ଘୋଷଣା କରିଛନ୍ତି । ତେବେ ଭାରତରୁ ବିଷ ଆମଦାନୀ କରି ଏହାର ପ୍ରୟୋଗ ଦ୍ୱାରା ଖାଦ୍ୟ ଶୃଙ୍ଖଳ ଉପରେ ମଧ୍ୟ ପ୍ରଭାବ ପଡ଼ିବ ବୋଲି ସେଠାକାର ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । ମୂଷାଙ୍କ ସଂଖ୍ୟା ହ୍ରାସ ହେବା ଦ୍ୱାରା ତାକୁ ଖାଇ ବଞ୍ଚୁଥିବା ସାପ ଓ ମୂଷାଙ୍କ ସତ୍ତା ଉପରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ । ଏଥି ସହିତ ଚାଷ ଜମିରେ ଏହାର ପ୍ରୟୋଗ ଦ୍ୱାରା ଏଥିରୁ ଉପୁଜୁଥିବା ଫସଲର ଚାହିଦା ମଧ୍ୟ ଅନ୍ତର୍ଜାତୀୟ ବଜାରରେ କମିବ । ଏଣୁ ବିଷର ପ୍ରୟୋଗ ନେଇ ଏ ନେଇ ଅଷ୍ଟ୍ରେଲିଆର ନୀତି ସ୍ପଷ୍ଟ ହୋଇପାରିନି ।

Leave a Reply