ଦୀର୍ଘ ଦୁଇ ବର୍ଷ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଅଷ୍ଟ୍ରେଲିଆ ସୀମା

ମେଲବର୍ଣ୍ଣ: ଦୀର୍ଘ ଦୁଇ ବର୍ଷ ପରେ ବିଦେଶ ଯାତ୍ରୀଙ୍କ ପାଇଁ ଖୋଲିବ ଅଷ୍ଟ୍ରେଲିଆ ସୀମା । କରୋନା ସଂକ୍ରମଣ ସ୍ଥିତି ସୁଧୁରୁଥିବାରୁ ସୀମା ଖୋଲିବା ନେଇ ଅଷ୍ଟ୍ରେଲିଆ ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଫେବୃଆରୀ ୨୧ରୁ ସମସ୍ତଙ୍କ ପାଇଁ ଦେଶ ସୀମା ଖୋଲିବାକୁ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଘୋଷଣା କରିଛନ୍ତି । ମହାମାରୀ କରୋନା ଆରମ୍ଭ ହେବା ଦିନଠାରୁ ଅଷ୍ଟ୍ରେଲିଆ ସରକାର ସାଧାରଣ ଯାତ୍ରୀଙ୍କ ପାଇଁ ଦେଶର ସୀମାକୁ ବନ୍ଦ କରିଥିଲେ । ଏଥିସହ କଡ଼ା କଟକଣା ମଧ୍ୟ ଲଗାଇଥିଲେ । ଏବେ ପ୍ରାୟ ୨ ବର୍ଷ ପରେ ସରକାର କଟକଣା ହଟାଇବାକୁ ଯାଉଛନ୍ତି । ଆଜି ସ୍କଟ ମୋରିସନ ଜାତୀୟ ସୁରକ୍ଷା କ୍ୟାବିନେଟ ବୈଠକରେ ଦେଶର କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିବା ପରେ ସୀମା ଖୋଲିବ ବୋଲି ଘୋଷଣା କରିଛନ୍ତି ।

Leave a Reply