ବିର୍ସା ମୁଣ୍ଡା ଷ୍ଟାଡିୟମରେ ଗୋଲ୍ ବର୍ଷା, ଦକ୍ଷିଣ ଆଫ୍ରିକାକୁ ହରାଇଲା ଅଷ୍ଟ୍ରେଲିଆ

1 min read

ରାଉରକେଲା: ବିର୍ସା ମୁଣ୍ଡା ଷ୍ଟାଡିୟମରେ ଗୋଲ୍ ବର୍ଷା । ଦକ୍ଷିଣ ଆଫ୍ରିକାକୁ ୧-୯ ଗୋଲରେ ହରାଇଲା ଅଷ୍ଟ୍ରେଲିଆ । ଆଜି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ୪ଟି ମ୍ୟାଚ ଖେଳାଯାଉଛି । ପୁଲ-ଏ ର ଦୁଇଟି ଓ ପୁଲ-ବି ର ଦୁଇଟି ଲେଖାଏଁ ମ୍ୟାଚ ଖେଳାଯାଉଛି । ପୁଲ-ଏ ର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ । ତେବେ ନିଜର ଆଟାକିଂ ଖେଳ ବଳରେ ଅଷ୍ଟ୍ରେଲିଆ ମ୍ୟାଚକୁ ୯-୧ ଗୋଲରେ ଜିତି ନେଇଛି ।

ସେହିପରି ଅପରାହ୍ଣ ୩ଟାରେ ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ମୁକାବିଲା ହୋଇଥିଲା । ତେବେ ଶେଷ ସୁଦ୍ଧା ଉଭୟ ଟିମ୍ ୫-୫ ଗୋଲ ଦେଇଥିବାରୁ ଅମିମାଂସିତ ରହିଛି ମ୍ୟାଚ । ତେଣୁ ଉଭୟ ଟିମ୍ ପଏଣ୍ଟ ବାଣ୍ଟି ନେଇଛନ୍ତି । ସେହିପରି ସଂଧ୍ୟା ୫ଟାରୁ ଆରମ୍ଭ ହୋଇଛି ପୁଲ-ବି ର ମୁକାବିଲା । ପ୍ରଥମେ ବେଲଜିୟମ ଓ ଜାପାନ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ତେବେ ଶେଷ ସୁଦ୍ଧା ବେଲଜିୟମ ୭-୧ ଗୋଲରେ ଜାପାନଙ୍କୁ ପରାସ୍ତ କରିଛି । ସଂଧ୍ୟା ୭ଟାରେ କୋରିଆ ଓ ଜର୍ମାନୀ ମଧ୍ୟରେ ଆରମ୍ଭ ହୋଇଛି ମ୍ୟାଚ୍‌ ।