spot_img

Latest Posts

ଟି-୨୦ ବିଶ୍ୱକପ୍‌ରେ ଭାରତକୁ ହରାଇ ଟାଇଟଲ ହାତେଇଲା ଅଷ୍ଟ୍ରେଲିଆ

ଆଇସିସି ମହିଳା ଟି -୨୦ ବିଶ୍ୱକପ୍‌ର ଅନ୍ତିମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୮୫ ରନ୍‌ରେ ଭାରତକୁ ପରାସ୍ତ କରି ପଞ୍ଚମ ଥର ପାଇଁ ବିଶ୍ୱକପ୍‌ ଟ୍ରଫି ହାତେଇଛି। ଟସ୍ ଜିତିବା ପରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ବାହାରି ନିସ୍ପତି ନେଇ ୨୦ ଓଭରରେ ୪ ୱିକେଟ୍ ହରାଇ ୧୮୪ ରନ୍ ସଂଗ୍ରହ କରି ଭାରତ ସମ୍ମୁଖରେ ବିଶ୍ୱକପ୍ ବିଜୟ ପାଇଁ ୧୮୫ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ।

ଏହାର ଜବାବରେ ଭାରତୀୟ ମହିଳା ଦଳ ୧୯.୧ ଓଭରରେ ୯୯ ରନ୍ ସଂଗ୍ରହ କରିଥିଲା । ଅଷ୍ଟ୍ରେଲିଆ ରେକର୍ଡ ପଞ୍ଚମ ଥର ପାଇଁ ଏହି ଟାଇଟଲ ଜିତିଛି ।

ଏହା ବ୍ୟତୀତ ସେ ଏଥର ନିଜ ଟାଇଟଲକୁ ମଧ୍ୟ ରକ୍ଷା କରିଛନ୍ତି । ଭାରତୀୟ ଦଳ ପ୍ରଥମ ଥର ପାଇଁ ଫାଇନାଲ ଖେଳୁଥିବାବେଳେ ଆୟୋଜକ ଦଳ ଷଷ୍ଠ ଥର ଫାଇନାଲରେ ପ୍ରବେଶ କରିଥିଲା ।

ଦୀପ୍ତି ଶର୍ମା ଭାରତ ପାଇଁ ୩୩ ରନ୍ ସଂଗ୍ରହ କରିଥିଲେ । ସେମାନଙ୍କ ବ୍ୟତୀତ ବେଦ କୃଷ୍ଣମୂର୍ତ୍ତି ୧୯ ଓ ରିଚା ଘୋଷ ୧୮ ରନ କରିଥିବାବେଳେ ସ୍ମୃତି ମଣ୍ଡନା ୧୧ ରନ ସ୍କୋର କରିଥିଲେ।

ଅଷ୍ଟ୍ରେଲିଆ ପାଇଁ ମେଗାନ୍ ସ୍କଟ୍ ଚାରିଟି ଏବଂ ଜେସ୍ ଜୋନାସନ୍ ତିନୋଟି, ସୋଫି ମୋଲିନେକ୍ସ, ଡେଲିସା କିମିନ୍ସ ଏବଂ ନିକୋଲା କାରୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

Latest Posts

Don't Miss