ଭାରତୀୟ ବୋଲର ଆଗରେ ଚାଲିଲାନି ବ୍ୟାଟ୍, ୧୮୧ରନରେ ଅଷ୍ଟ୍ରେଲିଆ ଅଲଆଉଟ୍
ନୂଆଦିଲ୍ଲୀ : ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆ ଅଲଆଉଟ୍ । ଭାରତୀୟ ବୋଲର ଆଗରେ ଚାଲିଲାନି କଙ୍ଗାରୁ ଦଳର ବ୍ୟାଟ୍ । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ବର୍ଡର ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟ । ଜାନୁଆରୀ ୩ରୁ ସିଡନୀରେ ଆରମ୍ଭ ହୋଇଥିଲା ଏହି ମ୍ୟାଚ୍ । ଆଜି ପ୍ରତିଯୋଗିତାର ଦ୍ୱିତୀୟ ଦିନ । ଏହି ମ୍ୟାଚ୍ରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୧୮୫ ରନ୍ କରିଥିଲା । ଏହାର ଜବାବରେ ୧୮୧ରନରେ ଅଲଆଉଟ ହୋଇଛି ଘରୋଇ ଅଷ୍ଟ୍ରେଲିଆ । ଫଳରେ ପ୍ରଥମ ଇନିଂସରେ ୪ ରନରେ ଆଗୁଆ ରହିଛି ଭାରତ । ଭାରତୀୟ ବୋଲରଙ୍କ ଆଗରେ ଚାଲିଲାନି କଙ୍ଗାରୁ ଦଳର ବ୍ୟାଟ । ମହମ୍ମଦ ସିରାଜ ସର୍ବାଧିକ ୩ ଟି ୱିକେଟ ନେଇଛନ୍ତି । ସେହପରି ବୁମରା ୨ଟି ଓ୍ୱିକେଟ ଏବଂ ନୀତିଶ ରାଣା ୨, ପ୍ରସିଦ୍ଧ କ୍ରିଷ୍ଣା ୩ ଟି ଲେଖାଏଁ ଓ୍ୱିକେଟ ନେଇଛନ୍ତି । ବର୍ତ୍ତମାନ ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରୁଛି । ଭାରତ ପକ୍ଷରୁ ଯଶସ୍ୱୀ ଜୈସୱାଲ ଏବଂ କେ.ଏଲ୍ ରାହୁଲ ଓପନିଂ କରିବାକୁ ଆସିଛନ୍ତି।