ଦାଦନ ମୃତ୍ୟୁର ଛାତିଥରା କାହାଣୀ, ଟ୍ରାକରେ ସେମିତି ପଡ଼ିଛି କେଇ ପଟ ରୁଟି

ମୁମ୍ବାଇ:  ଦିଓଳି ଦିମୁଠା ଦାନା ପାଇଁ ଦାଦନ ସାଜିଥିଲେ । ଆଉ ଦୁଇ ପଟ ରୁଟି ଆଶାରେ ପାଇଁ ଯାଇଥିଲେ କାମ କରିବାକୁ । ଏବେ ସେହି ରୁଟି ତ ଅଛି କିନ୍ତୁ ତାକୁ ଖାଇବାକୁ ସେ ପେଟ ନାହିଁ । ଏମିତି ଏକ ରୋମହର୍ଷଣକାରୀ ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଔରଙ୍ଗାବାଦରେ । ଯେଉଁଠି ୧୬ ଜଣ ଶ୍ରମିକଙ୍କୁ ଏକ ମାଲବାହୀ ଟ୍ରେନ କାଟି ଖଣ୍ଡ ଖଣ୍ଡ କରିଦେଇଛି । ଆଉ ସେହି ମୃତ ଶରୀର ନିକଟରେ ଛିନ୍ନଭିନ୍ନ ହୋଇ ପଡ଼ି ରହିଛ କେଇ ପଟ ରୁଟି । ନୂଆ ସକାଳର ନୂଆ ଆଶା ମରିଯାଇଛି । ଘରକୁ ଯିବାକୁ ଆଶା ଆଶାରେ ରହିଯାଇଛି । ନୀରବ ଟ୍ରାକରେ ପଡ଼ିରହିଛି ନିରବ ଶବ । ଏହି ନିରବତା ମଧ୍ୟରେ ପଡ଼ିରହିଥିବା ଶବ ଆଉ ସେହି ଶୁଖିଲା ରୁଟି ବହୁତ କିଛି ଦର୍ଶାଉଛି । ଲକଡାଉନ ପାଇଁ ଏହି ସମସ୍ତ ଶ୍ରମିକ ନିଜ ଘରକୁ ଯିବାକୁ ୪୦ କିଲୋମିଟର ଚାଲି ଚାଲି ଆସିଥିଲେ। ଥକିଯିବା ପରେ ସେ ଟ୍ରେନର ଟ୍ରାକରେ ଶୋଇପଡିଥିଲେ ।  କିନ୍ତୁ ସେ ଜାଣି ନଥିଲେ ତାଙ୍କ ପାଇଁ ଏହି ରାତି ଆଉ ପାହିବ ନାହିଁ ଏବଂ ତାଙ୍କ ପାଇଁ ସେହି ସକାଳର ସୂର୍ଯ୍ୟ ଆଉ ଉଇଁବ ନାହିଁ ।

ଆଜିଠାରୁ କେଉଁଠାକୁ ଚାଲିଲା ଟ୍ରେନ୍ ? କିଏ ଟ୍ରେନରେ ଯାତ୍ରା କରିପାରିବେ ?

ସୂଚନା ଅନୁସାରେ ୧୮ଜଣ ଶ୍ରମିକ ମହାରାଷ୍ଟ୍ରର ଏକ ଇସ୍ପାତ କାରଖାନାରେ କାମ କରୁଥିଲେ । ଏବଂ ଲକଡାଉନ ପାଇଁ କାମ ବନ୍ଦ ହୋଇଯାଇଥିଲା । ତେଣୁ ସେମାନେ ଘରକୁ ଯିବାକୁ ପାଦ କାଢି ଥିଲେ । ଲକଡାଉନରେ ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଥିଲା । ଔରଙ୍ଗାବାଦରୁ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ଟ୍ରେନ୍ ଚାଲୁଥିବାରୁ ସେମାନେ ଔରଙ୍ଗାବାଦ ଷ୍ଟେସନକୁ ବାହାରି ଯାଇଥିଲ । ଖବର ଅନୁଯାୟୀ, ଏହି ଲୋକମାନେ ଜାଲନାରୁ ଔରଙ୍ଗାବାଦ ଅଭିମୁଖେ ଯାଉଥିଲେ। ଉଭୟଙ୍କ ମଧ୍ୟରେ ମୋଟ ଦୂରତା ୬୦ କିଲୋମିଟର ବ୍ୟବଧାନ ଥିଲା ।

ଲକଡାଉନ ପାଇଁ ଟ୍ରେନ ଆସିବ ନାହିଁ…

କରୋନା ଭାଇରସ୍ ପାଇଁ ଦେଶରେ ଲକଡାଉନ ଏବଂ ଲକଡାଉନ ପାଇଁ ଟ୍ରେନ୍ ଚଳାଚଳ ମଧ୍ୟ ବନ୍ଦ ହୋଇଯାଇଥିବା ସେମାନେ ଅନୁମାନ କରିଥିବେ । ଏବଂ ହୁଏତ ଏମାନେ ଆସୁଥିବା ବେଳେ କୌଣସି ଟ୍ରେନ ଯାଉଥିବାର ଏମାନେ ଦେଖି ନଥିବେ । ତେଣୁ ରାତିରେ ଥକିଯିବା ପରେ ସେ ଟ୍ରାକରେ ଶୋଇପଡ଼ିଥିବା ଅନୁମାନ କରାଯାଉଛି ।

ଟ୍ରାକରେ ପଡ଼ିଛି  ରୁଟି

ଟ୍ରାକ ନିକଟରେ ସକାଳର ଦୃଶ୍ୟ ଖୁବ୍ ଭୟଭୀତ ଥିଲା । ଟ୍ରାକରେ ଛିନ୍ନଭିନ୍ନ ଭାବେ ପଡ଼ି ରହିଥିଲା ଶବ । ଆଉ ଶବ ପାଖରେ ଥିଲା ସେମାନେ ଖାଇବାକୁ ଆଣିଥିବା କେଇ ପଟ ରୁଟି ସହ ସେମାନଙ୍କର କିଛି ସାମଗ୍ରୀ । ଟ୍ରାକର ସେହି ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ, ସେଠାକୁ ଯିବାକୁ କେହି ବି ସାହସ କରିନଥିଲେ । ତେବେ ଉକ୍ତ ଶ୍ରମିକମାନେ ମଧ୍ୟପ୍ରଦେଶର ବୋଲି ଜଣାପଡ଼ିଛି ।

ଆଉ କେତେ ମଲେ ଚେତିବେ ? ଏବେ ବି ଚାଲି ଚାଲି ଫେରୁଛନ୍ତି ପ୍ରବାସୀ…

Leave a Reply