spot_img

Latest Posts

ଜଙ୍ଗଲରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ; ପୋଷାକ ଚିରି ଭିଡ଼ିଓ ଭାଇରାଲ କରିଦେବାକୁ ଧମକ

କନ୍ଧମାଳ: ବାଲିଗୁଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ । ଜଙ୍ଗଲ ଭିତରକୁ ଟେକି ନେଇ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ। ଶୌଚ ହେବାକୁ ଯାଇଥିବା ବେଳେ ଜଙ୍ଗଲ ଭିତରକୁ ଟେକି ନେଇ ଦୁଷ୍କର୍ମ ଉଦ୍ୟମ । ରାଜି ନହେବାରୁ ନାବାଳିକାଙ୍କ ପୋଷାକ ଚିରି ଭିଡିଓ ଭାଇରାଲ କରିବାକୁ ଦେଇଥିଲେ ଧମକ । ହାତଗୋଡ଼ ବାନ୍ଧି ଜଙ୍ଗଲରେ ଛାଡ଼ି ଚାଲିଯାଇଥିଲେ ଦୁଇଜଣ ଦୁର୍ବୃତ୍ତ । ସକାଳୁ ଘରକୁ ଫେରି ଘଟଣା ସମ୍ପର୍କରେ ଜଣାଇଥିଲେ ପୀଡ଼ିତା।

ବେଲଘର ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ପରିବାର ପକ୍ଷରୁ ବେଲଘର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ବେଲଘର ପୋଲିସ୍ । ଜଣେ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ୍।

Latest Posts

Don't Miss