spot_img

Latest Posts

ଲଖିମପୁର ଖେରୀ ହିଂସା ଘଟଣାର ମୁଖ୍ୟ ସାକ୍ଷୀଙ୍କୁ ମରଣାନ୍ତକ ଆକ୍ରମଣ

ନୂଆଦିଲ୍ଲୀ: ଉତ୍ତରପ୍ରଦଶେର ବହୁ ଚର୍ଚ୍ଚିତ ଲଖିମପୁର ଖେରୀ ହିଂସା ଘଟଣାର ମୁଖ୍ୟ ସାକ୍ଷୀଙ୍କୁ ମରଣାନ୍ତକ ଆକ୍ରମଣ । ମୁଖ୍ୟ ସାକ୍ଷୀ ପ୍ରଭଜୋତ ସିଂ ଓ ତାଙ୍କ ଭାଇ ସର୍ବଜିତ ସିଂଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଲଖିମପୁର ହିଂସାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କର ଏଥିରେ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଛି । ଆଶିଷଙ୍କ ଘନିଷ୍ଠ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ପ୍ରଭଜୋତ ଓ ସର୍ବଜିତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଶିଷଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ FIRରୁ ଆଶିଷଙ୍କ ନାଁ ହଟାଇବାକୁ ବାଧ୍ୟ କରୁଛି ବୋଲି ପ୍ରଭଜୋତ କହିଛଡ଼୍ତି ।

ସେପଟେ ଦୁଇ ଗୋଷ୍ଠୀ ଗଣ୍ଡଗୋଳରୁ ଏହି ଆକ୍ରମଣ ହୋଇଛି ବୋଲି ପୋଲିସ କହିଛି । ଲଖିମପୁର ଖେରୀ ମାମଲାରେ ଡିସେମ୍ବର ୬ ତାରିଖରେ ଏଡିଜେ ପ୍ରଥମେ କୋର୍ଟରେ କେନ୍ଦ୍ର ମନ୍ତ୍ରୀ ମିଶ୍ରାଙ୍କ ପୁଅ ଆଶି ମିଶ୍ରାଙ୍କ ସମେତ ସମସ୍ତ ୧୪ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ତାଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରା ସମେତ ମୋଟର ଯାନ ଆକ୍ଟ ଅନୁଯାୟୀ ଚାର୍ଜସିଟ୍ ଗଠନ କରାଯାଇଛି। ଡିସେମ୍ବର ୧୬ରୁ ଏହି ମାମଲାର ଟ୍ରାଏଲ୍ ଆରମ୍ଭ ହେବ ।

Latest Posts

Don't Miss