କମେଣ୍ଟମରାକୁ ବିରୋଧ କରିବାରୁ ରକ୍ତାକ୍ତ ଆକ୍ରମଣ, ସ୍ବାମୀ, ସ୍ତ୍ରୀ ଓ ୨ ବର୍ଷର ଶିଶୁକନ୍ୟା ଗୁରୁତର

1 min read

ବାଲେଶ୍ୱର: କମେଣ୍ଟ ମାରିଲେ । ପ୍ରତିବାଦ କରିବାରୁ ସ୍ବାମୀ, ସ୍ତ୍ରୀ ଓ ଦୁଇ ବର୍ଷର ଶିଶୁ କନ୍ୟାକୁ ମରଣାନ୍ତକ ଆକ୍ରମଣ କଲେ । ତିନି ଯୁବକ ମରଣାନ୍ତକ ଆକ୍ରମଣ କରି ଫେରାର ଥିବା ସୂଚନା ମିଳିଛି । ଗତକାଲି ବାଲେଶ୍ବର ସୋର ବେଲଦା ଛକରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବlଇନଣ୍ଡା ଗାଁର ଚିନ୍ମୟ ଜେନା ସୋର ତୁଡ଼ିଗଡିଆ ରାସ୍ତା ବେଲଦl ଛକରେ ଏକ ଔଷଧ ଦୋକାନ କରିଛନ୍ତି l ଗତ ସନ୍ଧ୍ୟାରେ ଔଷଧ ଦୋକାନକୁ ସ୍ତ୍ରୀ ଜୟଶ୍ରୀ ଓ ନିଜର ଦୁଇ ବର୍ଷର ଶିଶୁ କନ୍ୟା ସହିତ ଆସିଥିଲେ l

ଚିନ୍ମୟ ରାତିରେ ଦୋକାନ ବନ୍ଦ କରୁଥିବା ବେଳେ ତିନି ଯୁବକ ଜୟଶ୍ରୀଙ୍କୁ କମେଣ୍ଟ ମାରିଥିଲେ l ପରେ ଚିନ୍ମୟ, ସ୍ତ୍ରୀ ଜୟଶ୍ରୀ ଓ ଶିଶୁ କନ୍ୟାକୁ ବାଇକରେ ବସାଇ ଘରକୁ ଫେରିବା ବେଳେ କମେଣ୍ଟ ମାରିଥିବା ତିନି ଯୁବକ ଅଟକାଇ ଆକ୍ରମଣ କରିଥିଲେ l ଆକ୍ରଣରେ ଚିନ୍ମୟ ଗୁରୁତର ହୋଇଥିବା ବେଳେ ଜୟଶ୍ରୀ ଓ ଶିଶୁ କନ୍ୟା ଆହତ ହୋଇଛନ୍ତି l ଆହତଙ୍କୁ ସୋର ଡାକ୍ତରଖନାରେ ଭର୍ତ୍ତି କରାଯାଇଛି l ସୋର ଥାନାରେ ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ ।