କେନ୍ଦ୍ରାପଡା: ପାଟକୁରାରେ ଉଗ୍ରରୂପ ନେଇଛି ନିର୍ବାଚନୀ ହିଂସା  । ସରପଞ୍ଚ ପ୍ରାର୍ଥୀଙ୍କୁ ମରଣାତ୍ମକ ଆକ୍ରମଣ । ଗରଦପୁର ବ୍ଲକ ସାନ ଅଢଙ୍ଗା ସରପଞ୍ଚ ପ୍ରାର୍ଥୀ ଅମୀୟ ରଞ୍ଜନ ସାହୁଙ୍କୁ ଆକ୍ରମଣ କରି ବ୍ୟାଙ୍କ ଗଡା ଛକ ନାଳରେ ଫୋପାଡ଼ି ଦେଇଥିଲେ କିଛି ଦୁର୍ବୃତ୍ତ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ଅମୀୟଙ୍କୁ ଉଦ୍ଧାର କରି ଏକ ଘରୋଇ ହସପିଟାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ସୂଚନା ମୁତାବକ ଦଶରୁ ପନ୍ଦର ଜଣ ଦୁର୍ବୁତ୍ତ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଅମୀୟ ରଞ୍ଜନ ଅଚେତ ହୋଇଯିବା ପରେ ତାଙ୍କୁ ଦୁର୍ବୁତ୍ତମାନେ ନାଳରେ ଫୋପାଡି ଦେଇଥିଲେ । କେବଳ ସେତିକି ନୁହେଁ ଅମୀୟଙ୍କ ଫୋନରୁ କଲ କରି ଏ ସଂପର୍କରେ ଦୁର୍ବୃତ୍ତମାନେ ହିଁ ଜଣାଇ ଥିଲେ । ପୋଲିସ୍ ପହଞ୍ଚିବା ପରେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତ ସୃଷ୍ଟି ହୋଇଥିଲା । ଏପରିକି ଉତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ତେବେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ନକଲେ ଆସନ୍ତାକାଲି ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply