ଅଭିଯୁକ୍ତକୁ ଗିରଫ କରିବା ପାଇଁ ଯାଇଥିବା ପୋଲିସ ଉପରେ ଆକ୍ରମଣ
1 min read
ସୋର: ଅଭିଯୁକ୍ତକୁ ଗିରଫ କରି ଆଣିବା ବେଳେ ପୋଲିସକୁ ଆକ୍ରମଣ l ସୋର ଥାନା ଅନନ୍ତପୁର ଫାଣ୍ଡି ପୋଲିସ ଘାଟ ଅଞ୍ଚଳର ଅଭାନୀୟ ଘଟଣା ଘଟିଛି l ପୋଲିସ ବାଲିଛନ୍ଦା ଘାଟରୁ ବଂଶୀଧର ମଲ୍ଲିକ ଓ୍ବାରେଣ୍ଟିକୁ ଧରି ଅଟୋ ଯୋଗେ ଫେରିଲା ବେଳେ ପୋଲିସକୁ ଆକ୍ରମଣ କରି ଛଡ଼ାଇ ନେଲେ ଅଭିଯୁକ୍ତ l ଆକ୍ରମଣରେ କନେଷ୍ଟବଳ ପୂର୍ଣ୍ଣ ଚନ୍ଦ୍ର ସିଂଙ୍କ ହାତ ଭାଙ୍ଗିଛି l ଆକ୍ରମଣ କାରୀ ଏସଆଇଙ୍କ ମୋବାଇଲ ମଧ୍ୟ ଛଡାଇ ନେଇଛନ୍ତି l ବଂଶୀଧର ଦୀର୍ଘ ଦିନ ଧରି ଠକେଇ, ଗଣ୍ଡଗୋଳ ମାମଲାରେ ଫେରାର ଥିଲେ । ତାଙ୍କ ୱାରେଣ୍ଟ ବାହାରିବା ପରେ ସୋର ପୋଲିସ ଆଜି ଧରିବା ପାଇଁ ତାଙ୍କ ଘରକୁ ଯାଇଥିବା ବେଳେ ଅଭିଯୁକ୍ତ ସମେତ ତାଙ୍କ ପରିବାର ଲୋକ ବାଡ଼ରେ କରେଣ୍ଟ ଲଗାଈବା ସହିତ ପୋଲିସ କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ ।