ସାମ୍ୱାଦିକଙ୍କୁ ଆକ୍ରମଣ ବେଳେ ନିରବଦ୍ରଷ୍ଟା ସାଜି ଉପଭୋଗ କରୁଥିଲେ: ଏବେ ସୋସିଆଲ୍ ମିଡିଆରେ ଦୁଃଖ ପ୍ରକାଶ କରୁଛନ୍ତି
ଭୁବନେଶ୍ୱର: ପୁଣି ପଦାରେ ପଡ଼ିଲା ବିଜେପିର ମିଛ । ସାମ୍ବାଦିକଙ୍କୁ ଆକ୍ରମଣ କଲେ, ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟକରି ଦୁଃଖ ପ୍ରକାଶ ବି କରୁଛନ୍ତି । ବିଜେପି ନେତ୍ରୀ ଇରାନୀ ରାୟଙ୍କ ସୋସିଆଲ ମିଡିଆ ପୋଷ୍ଟ ହିଁ କହୁଛି ତାଙ୍କ ମନରେ କେତେ ସମବେଦନା, କେତେ ତାତ୍ସଲ୍ୟ । ହୀନ ରାଜନୀତିରେ ବିଶ୍ବାସ ରଖୁଥିବା ବିଜେପି ଗତ ୨୪ ତାରିଖ ଦିନ ଯଦୁପୁରରେ ବିଶାଳ ରାଲିର ଆୟୋଜନ କରିଥିଲା । ଯାହାରା ଆୟୋଜକ ଥିଲେ ବିଜେପି ନେତ୍ରୀ ଇରାନୀ ରାୟ ।
ରାଲି ଆଗକୁ ବଢୁଥିବା ବେଳେ ନନ୍ଦିଘୋଷ ଟିଭି ସମ୍ବାଦିକ ଅନୁଜ ଦାସ ଓ କ୍ୟାମେରାମ୍ୟାନ ବିଷ୍ଣୁ ତରାସିଆ ଖବର ସଂଗ୍ରହ କରୁଥିଲେ । ଆଉ ସେତିକି ବେଳେ ହିଁ ନନ୍ଦିଘୋଷ ଟିଭି ଟିମ୍ ଉପରେ ଆକ୍ରମଣ ହୋଇଥିଲା । ଇରାନୀ ରାୟ, ଲେଖାଶ୍ରୀ ସାମନ୍ତସିଂହାର, ବିଭୁ ତରାଇ, ଯତୀନ ମହାନ୍ତି, ପୃଥ୍ବୀରାଜ ହରିଚନ୍ଦନ ପ୍ରମୁଖଙ୍କ ପରି ନେତାଙ୍କ ଉପସ୍ଥିତିରେ ନନ୍ଦିଘୋଷ ଟିଭି ରିପୋର୍ଟର ଓ କ୍ୟାମେରାମ୍ୟାନ୍ଙ୍କ ଉପରେ ଆକ୍ରମଣ ହୋଇଥିଲା । ହେଲେ ସେତେବେଳେ ଇରାନୀ ନିରବଦ୍ରଷ୍ଟା ସାଜି ଆକ୍ରମଣକୁ ଉପଭୋଗ କରୁଥିଲେ ।
ଏଥିସହିତ ପଢ଼ନ୍ତୁ: ନନ୍ଦିଘୋଷ ଟିଭି ସାମ୍ବାଦିକଙ୍କୁ ଆକ୍ରମଣ, ପରୀ ହତ୍ୟାକାଣ୍ଡର ରିପୋର୍ଟିଂ ବେଳେ ଆକ୍ରମଣ କଲେ ବିଜେପି କର୍ମୀ
ଆୟୋଜକ ଇରାନୀ ରାୟ ନା ସାମ୍ନାକୁ ଆସିଥିଲେ ନା ପଦଟିଏ କହିଥିଲେ । ଏବେ ସୋସିଆଲ ମିଡିଆରେ ପୋଷ୍ଟ କରି କହୁଛନ୍ତି ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି । ଏପରିକି ଘରୁ ଆସି ଗିରଫ କରିବାକୁ ସାହସ ବି ଦେଖାଇଛନ୍ତି । ଯେତେ ବେଳେ ଇରାନୀଙ୍କ ଗୁଣ୍ଡାଗିରି ପଦାରେ ପଡିଗଲା ଦଳୀୟ କର୍ମୀଙ୍କୁ ବି ଅନ୍ୟ ଗୋଷ୍ଠୀର ଲୋକ କହିବାକୁ ପଛାଉନାହାନ୍ତି ବିଜେପିର ଏହି ନେତ୍ରୀ । ଆକ୍ରମଣ ବେଳେ ଆକ୍ରମଣକାରୀ ବାରମ୍ବାର ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟ ପ୍ରଧାନଙ୍କ ନାଁ ବି ନେଉଥିଲେ । ମାତ୍ର ସୌମ୍ୟଙ୍କୁ ଘଣ୍ଟ ଘୋଡ଼ାଇବାକୁ ପ୍ରାଣପଣେ ଉଦ୍ୟମ କରୁଛି ବିଜେପି ।