ବାହାଘର ଭୋଜିରେ ଆତଙ୍କ, ଭୋଜି ଖାଇବା ବେଳେ ଖୁରରେ ଆକ୍ରମଣ କଲା ଯୁବକ

ଗଞ୍ଜାମ: ବାହାଘର ଭୋଜିରେ ଆତଙ୍କ । ଭୋଜି ଖାଇବା ବେଳେ ଖୁରରେ ଆକ୍ରମଣ କଲା ଯୁବକ । ଗଞ୍ଜାମ ଜିଲ୍ଲା ପୋଲସରା ଥାନା ନିମିନା ଗାଁର ଘଟଣା । ବିବାହ ଭୋଜିରେ ଦୁଇ ବ୍ୟକ୍ତିଙ୍କୁ ଖୁରରେ ଆକ୍ରମଣ କରିଥିଲେ ଜଣେ ଯୁବକ । ଦୁଇ ଆହତ ବ୍ୟକ୍ତି ହେଲେ ପୋଲସରାର ବସନ୍ତ ସାହୁ, ରବିନ୍ଦ୍ର ସାହୁ । ଉଭୟ ସମ୍ପର୍କୀୟଙ୍କ ଝିଅ ବାହାଘର ଭୋଜିରେ ଯୋଗଦେବାକୁ ଯାଇଥିଲେ । ଭୋଜି ଖାଉଥିବା ସମୟରେ ହଠାତ ଜଣେ ଯୁବକ ଖୁରରେ ଆକ୍ରମଣ କରିଥିଲେ । ଉଭୟଙ୍କୁ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ କାହିଁକି ଏହି ଦୁଇ ଜଣଙ୍କୁ ଖୁରରେ ଆକ୍ରମଣ କଲେ ତାହାର କାରଣ ଅସ୍ପଷ୍ଟ ରହିଛି ।