spot_img

Latest Posts

ସାମ୍ବାଦିକଙ୍କୁ ଆକ୍ରମଣ ପ୍ରସଙ୍ଗ: ନିର୍ବାଚନ କମିଶନଙ୍କୁ ଭେଟିଲେ ବରିଷ୍ଠ ସାମ୍ବାଦିକ

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲେ ବିଭିନ୍ନ ଗଣମାଧ୍ୟମର ସାମ୍ବାଦିକ ଓ ସମ୍ପାଦକ  ।  ଯାଜପୁର, ନୟାଗଡ଼ ଓ କଣାସରେ ପଞ୍ଚାୟତ ଭୋଟ ବେଳେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଉଦବେଗ ପ୍ରକାଶ କରିଛନ୍ତି। ବାରମ୍ବାର ସାମ୍ବାଦିକଙ୍କ ଉପରେ ଏପରି ଆକ୍ରମଣ ହେଉଥିବାରୁ ନିନ୍ଦା ପ୍ରକାଶ କରିବା ସହ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ରଖିଛନ୍ତି । ଭୋଟିଂ ବେଳେ ସାମ୍ବାଦକ ମାନେ ନିଜ ନିଜର କର୍ତ୍ତବ୍ୟ ସୂଚାରୁ ରୂପେ ନିଭାଉ ଥିବା ବେଳେ ଏଭଳି ଆକ୍ରମଣକୁ ନିନ୍ଦା କରିଛନ୍ତି ସମସ୍ତ ସାମ୍ବାଦକ  ।

ନିର୍ବାଚନ କମିଶନଙ୍କ ନିକଟରେ ବରିଷ୍ଠ ସାମ୍ବାଦିକ ମାନେ ଦାବି କରିଛନ୍ତି ଯେ,  ନିର୍ବାଚନ ପରିଚଳନାରେ ଭାଗ ନେଉଥିବା ଅଧିକାରୀଙ୍କୁ ଆକ୍ରମଣ ବେଳେ ଯେଉଁ ଦଫା ଲଗାଯାଉଛି ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ସମୟରେ ସେହିଭଳି କାର୍ଯ୍ୟାନୁଷ୍ଠାନ ନିଆଯିବା ସହ କଡା ସୁରକ୍ଷା ବନ୍ଦୋବସ୍ତ କରାଯାଉ । ରାଜ୍ୟ ନିର୍ବାଚନ କମିଶନର ସମ୍ପୃକ୍ତ ଜିଲ୍ଲାର ଅଧିକାରୀଙ୍କ ସହ ଆଲୋଚନା କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଓୟୁଜେ ସଭାପତି ପ୍ରଶନ୍ନ ମହାନ୍ତି କହିଛନ୍ତି ।

Latest Posts

Don't Miss