spot_img

Latest Posts

ଜମିଜମା ବିବାଦକୁ କେନ୍ଦ୍ରକରି ଦିବ୍ୟାଙ୍ଗ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ

ବାଲେଶ୍ଵର: ଜମିଜମା ବିବାଦକୁ କେନ୍ଦ୍ରକରି ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ମରାଣନ୍ତକ ଆକ୍ରମଣ। ବାଲେଶ୍ଵର ଜିଲ୍ଲା କୁରୁଡ଼ା ଗାଁରେ ଘଟିଛି ଏଭଳି ଘଟଣା । ସେହି ଗାଁର ପଡ଼ୋଶୀ ତାପସ ପାଣିଗ୍ରାହୀ ଓ ପିଙ୍କୁ ଶୁକ୍ରବାର ରାତିରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ରାତି ପ୍ରାୟ ସାଢ଼େ ୯ଟା ସମୟରେ ଯୁବତୀ ଜଣକ ମା’ଙ୍କ ପାଇଁ ଔଷଧ ନେଇ କୁରୁଡ଼ା ବଜାରରୁ ଘରକୁ ଫେରୁଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ତାଙ୍କ ହାତ, ପିଠି ଓ ପେଟରେ ଗୁରୁତର ଆଘାତ ଲାଗିଛି । ଚିକିତ୍ସା ପାଇଁ ତାଙ୍କୁ ବାଲେଶ୍ଵର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ବାରମ୍ବାର ଥାନାରେ ଅଭିଯୋଗ କଲେ ମଧ୍ୟ ଏ ପର୍ଯ୍ୟନ୍ତ ପୋଲିସ କୌଣସି ମାମଲା ରୁଜୁ କରୁନାହିଁ । ଅଭିଯୁକ୍ତ ତାପସଙ୍କ ଭାଇ ପୋଲିସ ସଂଘର ପଦ ପଦବୀରେ ଥିବାରୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ ନକରିବାରୁ ଏସ୍‌ପିଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ ପୀଡ଼ିତା।

ପୂର୍ବରୁ ମଧ୍ୟ ଦିବ୍ୟାଙ୍ଗ ଯୁବତୀ ଜମିଜମା ବିବାଦକୁ ନେଇ ଥାନାରେ ଅଭିଯୋଗ କରିଥିଲେ । ସେପଟେ ଯୁବତୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଛ ଓ ଆମକୁ ଅସୁବିଧାରେ ପକାଇବାକୁ ଷଡ଼ଯନ୍ତ୍ର କରାଯାଇଥିବା କହିଛନ୍ତି ତାପସଙ୍କ ଭାଇ ମାନସ ପାଣିଗ୍ରାହୀ।

Latest Posts

Don't Miss