ବିରୋଧୀଙ୍କ ସହ ଇଏ କି ବ୍ୟବହାର ? ଅପରାଧୀଙ୍କୁ ଅଟକାଇ ପାରୁନାହାନ୍ତି,ବିରୋଧକୁ ରୋକୁଛନ୍ତି
1 min readନୂଆଦିଲ୍ଲୀ: ସଂଘୀୟ ବ୍ୟବସ୍ଥାରେ ସମସ୍ତଙ୍କୁ କହିବାର ଅଧିକାର ଦେବା ହିଁ ଗଣତନ୍ତ୍ରର ବୈଶିଷ୍ଟ୍ୟ । ସମାଜରେ ଚାଲୁଥିବା ଶାସନରେ ବ୍ୟତିକ୍ରମକୁ କ୍ଷମତାସୀନ ବର୍ଗର ଦୃଷ୍ଟିକୁ ଆଣିବା ହିଁ ବିରୋଧୀଙ୍କ ପ୍ରାଥମିକ କାର୍ଯ୍ୟ । ଏହି ଗଠନଧର୍ମୀ କାର୍ଯ୍ୟକ୍ରମ ହିଁ ଗଣତନ୍ତ୍ରକୁ କେବଳ ଲୋକମାନଙ୍କ ନିକଟରେ ଉତ୍ତରଦାୟୀ କରି ନ ଥାଏ,ଏହା ଜନତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ କରିଥାଏ । ସେଥିପାଇଁ ତ ଗଣତନ୍ତ୍ରରେ ବିରୋଧୀ ଦଳକୁ ଛାୟା ସରକାର କୁହାଯାଇଥାଏ । ବିରୋଧୀଙ୍କ ସ୍ୱର କେବଳ ବିରୋଧ ପାଇଁ ହେଲେ ତାହା ସାମାନ୍ୟ ରାଜନୈତିକ ଘଟଣା ହୋଇଥାଏ । ହେଲେ ଏହି ବିରୋଧ ଯଦି ଯୁକ୍ତିଯୁକ୍ତ, ଗଠନଧର୍ମୀ ତେବେ ଏହାକୁ ଗ୍ରହଣ କରିବାରେ ଅସୁବିଧା କେଉଁଠି ।
ଏକଥା ସାମ୍ପ୍ରତିକ ୟୁପିର ହସରତ ଘଟଣାକୁ ଦେଖିଲେ ସହଜରେ ଅନୁମେୟ । ୟୁପିରେ କ୍ଷମତାସୀନ ଦଳ ହେଉଛି ବିଜେପି । ବିଜେପିକୁ ବାଦ୍ ଦେଲେ ସେହି ରାଜ୍ୟରେ ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି, କଂଗ୍ରେସ ଇତ୍ୟାଦି ବିରୋଧୀ ଦଳ ରହିଛନ୍ତି । ହସରତ ଗଣଦୁଷ୍କର୍ମଘଟଣା ପରେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ସେହି ସ୍ଥାନକୁ ଗସ୍ତ କରିଥିଲେ । ହେଲେ ଏହି ଗସ୍ତ ସେମାନଙ୍କୁ ମହଙ୍ଗା ପଡିଛି । ଭାରତୀୟ ରାଜନୀତିର ସର୍ବପୁରାତନ ଏବଂ ସର୍ବାଧିକ ଥର କ୍ଷମତାରେ ରହିଥିବା ଦଳର ପୂର୍ବତନ ମୁଖିଆଙ୍କୁ ସେହି ସ୍ଥାନକୁ ଯିବା ପାଇଁ ଅନୁମତି ଦିଆଗଲା ନାହିଁ । ଯେଉଁ ପୋଲିସ ଠିକ୍ ସମୟରେ ପୀଡିତା ବଞ୍ଚାଇବାକୁ ପହଞ୍ଚି ପାରି ନ ଥିଲା । ତଦନ୍ତକୁ ମନ୍ଥର କରି ଦେଇଥିଲା । ସେହି ପୋଲିସ ଆଜି ବିରୋଧୀଙ୍କ ସ୍ୱରକୁ ମଧ୍ୟ ଚପାଇବାକୁ ଉଦ୍ୟମ କରିଛି ।
ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଅତ୍ୟନ୍ତ ଅଭ୍ରଦୋଚିଚ ବ୍ୟବହାର କରାଯିବ ସହ ଧକ୍କା ଦିଆଯାଇଥିଲା । ମୁଥ ମରାଯାଇଥିଲା । ଘୋଷାଡି କି ବାରଣ କରାଯାଉଥିଲା, ହସରଥ ପୀଡିତାଙ୍କ ପରିବାର ପାଖକୁ ନ ଯିବା ପାଇଁ । ଏହି ଘଟଣା କେବଳ ରାହୁଲ ଗାନ୍ଧୀ ନାମ୍ନୀ ବ୍ୟକ୍ତି ସହ ଯୋଡି ଦେଲେ ହୁଏତ ଇତିହାସ ଉଚିତ ମୂଲ୍ୟାୟନ ନ ହୋଇପାରେ । ରାହୁଲ ମରାଯାଇଥିବା ଧକ୍କା କୌଣସି ବ୍ୟକ୍ତିକୁ ଧକ୍କା ନ ଥିଲା । ଏହା ଥିଲା ଅଭିବ୍ୟକ୍ତିକୁ ଧକ୍କା । ବିରୋଧର ସ୍ୱରକୁ ଧକ୍କା । ବ୍ୟବସ୍ଥା ବିରୋଧରେ ସ୍ୱର ଉଠାଇବାକୁ ଚାହୁଁଥିବା ସାମାଜିକ କର୍ତ୍ତବ୍ୟ ଉପରେ ଧକ୍କା ।
#WATCH Congress leader Rahul Gandhi roughed up by police on his way to Hathras, at Yamuna Expressway, earlier today
Rahul Gandhi has been arrested by police under Section 188 IPC. pic.twitter.com/nU5aUSS64q
— ANI UP/Uttarakhand (@ANINewsUP) October 1, 2020