ଗୁଜବକୁ ନେଇ ପୋଲିଂ ପାର୍ଟି ଓ ବିଡ଼ିଓଙ୍କୁ ଆକ୍ରମଣ

 ଜଗତସିଂହପୁର: ଗୁଜବକୁ ନେଇ ଲଙ୍କାକାଣ୍ଡ । ଭୋଟ ଟ୍ୟାମ୍ପରିଂ ମିଥ୍ୟା ଖବର ପ୍ରଚାରକୁ ବିଶ୍ୱାସ କରି ପ୍ରିଜାଇଡିଂ ଅଫିସର, ପୋଲିଙ୍ଗ ପାର୍ଟି ଓ ବିଡ଼ିଓଙ୍କୁ ଆକ୍ରମଣ । ଜଗତସିଂହପୁର ଜିଲ୍ଲା ରାହମା କଲେଜ ଷ୍ଟ୍ରଙ୍ଗ ରୁମ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ପଣ୍ଡୁଆ ପଞ୍ଚାୟତର ୧୦ ନଂ ବୁଥରେ ଆଜି ଶେଷ ହୋଇଥିଲା ଚତୁର୍ଥ ପର୍ଯ୍ୟାୟ ମତଦାନ । ନିର୍ବାଚନ ପରେ ଦାଇତ୍ୱ ରେ ଥିବା ପ୍ରିଜାଇଡିଂ ଅଫିସର, ପୋଲିଂ ପାର୍ଟି ରାହମା କଲେଜ ଷ୍ଟ୍ରଙ୍ଗ ରୁମ ନିକଟକୁ ଫେରିଥିଲେ ।

ସେଠାରେ ଷ୍ଟ୍ରଙ୍ଗ ରୁମ ଦାଇତ୍ୱ ଥିବା ଅଧିକାରୀଙ୍କୁ ଭୋଟ ବାକ୍ସ ହସ୍ତାନ୍ତର ପାଇଁ ଏକ ଗଛ ମୂଳରେ ବସି ପ୍ରସ୍ତୁତି କରୁଥିଲେ । ସେତିକି ବେଳେ କିଛି ଯୁବକ ପାଚେରୀ ଡେଇଁ ଆସି ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଏପରି କି ପୋଲିଂ ପାର୍ଟି କର୍ମଚାରୀ ମାନଙ୍କୁ ଘୋଷାରି ଆଣି ମାଡ଼ ମାରିଥିଲେ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିବା କୁଜଙ୍ଗ ବିଡିଓଙ୍କୁ ମଧ୍ୟ ଛାଡି ନଥିଲେ ଦୁର୍ବୃତ୍ତ । ପରେ ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପାଣ୍ଡୁଆ ପଞ୍ଚାୟତର ୧୦ ୱାର୍ଡର ୯ ଜଣଙ୍କୁ ଗିରଫ କରିଛି ପୋଲିସ ।

Leave a Reply