ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ହଣାକଟା, ୨ ଆହତ

ଭୁବନେଶ୍ୱର: ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ଡ୍ରାଇଭର ଓ କଣ୍ଡକ୍ଟରକୁ ଗୋଡେଇ ଗୋଡେଇ ହାଣିଲେ ଅନ୍ୟ ବସର କର୍ମଚାରୀ । ପୋଲିସ ସାମ୍ନାରେ ହାଣି ରକ୍ତାକ୍ତ କଲେ । ରକ୍ତ ଜୁଡୁବୁଡୁ ହୋଇ ଡ୍ରାଇଭର ଓ କଣ୍ଡକ୍ଟର ବସ ଷ୍ଟାଣ୍ଡ ସାରା ଦୌଡ଼ିଥିଲେ ବି କେହି ଉଦ୍ଧାର କରିନଥିଲେ । ତେବେ ଘଟଣା ସ୍ଥଳରେ ପହଞ୍ଚିଛି ଭରତପୁର ଥାନା ପୋଲିସ । ଗାଡି ପାର୍କିଂକୁ ନେଇ ଡ୍ରାଇଭର ଓ କଣ୍ଡକ୍ଟରକୁ ବସ ଷ୍ଟାଣ୍ଡର ଅନ୍ୟ ବସର କର୍ମଚାରୀମାନେ ହାଣିଥିବା ସୂଚନା ମିଳିଛି । ତେବେ ଆହତ ଦୁଇ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।