ବିଦ୍ୟୁତ୍ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ କାଠ ଫାଳିଆରେ ଆକ୍ରମଣ

ଆନନ୍ଦପୁର: ବିଦ୍ୟୁତ୍ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଆକ୍ରମଣ । ବାକିଆ ବିଦ୍ୟୁତ୍ ବିଲ୍ ଆଦାୟ କରିବାକୁ ଯାଇଥିବା ବେଳେ ଆନନ୍ଦପୁର ନିର୍ବାହୀ ଯନ୍ତ୍ରୀଙ୍କୁ କାଠ ଫାଳିଆରେ ଆକ୍ରମଣ। ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଯନ୍ତ୍ରୀଙ୍କୁ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ହାଟଡ଼ିହି ବ୍ଲକ୍ ଅଣା ଗାଁରେ ବାସନ୍ତୀ ମହାପାତ୍ର ନାମକ ଜଣେ ବିଦ୍ୟୁତ ଗ୍ରାହକଙ୍କ ୭୩ ହଜାର ଟଙ୍କା ବକେୟା ଥିବା ବେଳେ ଆଜି ଆନନ୍ଦପୁର ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ବକେୟା ଅର୍ଥ ଆଦାୟ କରିବାକୁ ଯାଇଥିଲେ । ତେବେ ବକେୟା ଅର୍ଥକୁ ନେଇ ପ୍ରଥମେ ବଚସା ହୋଇଥିଲା । ପରେ ବାସନ୍ତୀଙ୍କ ବଡ଼ପୁଅ ଅନୀଲ ନିର୍ବାହୀ ଯନ୍ତ୍ରୀଙ୍କୁ କାଠଫାଳିଆରେ ଆକ୍ରମଣ କରିଥିଲେ । ଆକ୍ରମଣରେ ନିର୍ବାହୀ ଯନ୍ତ୍ରୀ ଗୁରୁତର ହୋଇଥିବା ବେଳେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ନନ୍ଦିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଅନ୍ୟପଟେ ଆକ୍ରମଣକରୀ ଫେରାର ଥିବା ଜଣାପଡ଼ିଛି ।