ଦିନ ଦ୍ବିପ୍ରହରରେ ବୁଲିଲା ଖଣ୍ଡା ; ଗୋଡାଇ ଗୋଡାଇ ଯୁବକଙ୍କୁ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ : ଦିନ ଦ୍ବିପ୍ରହରରେ ବୁଲିଲା ଖଣ୍ଡା । ଗୋଡାଇ ଗୋଡାଇ ଯୁବକଙ୍କୁ ଆକ୍ରମଣ । ଆକ୍ରମଣରେ ଲହୁଲୁହାଣ ଯୁବକ । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି । ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି ପୁରୀ ବଳିଆପଣ୍ଡା ଅଞ୍ଚଳରେ । ଦିନ ଦ୍ବିପ୍ରହରରେ ଖଣ୍ଡା ଦ୍ୱାରା ଆତଙ୍କ ଖେଳାଇ ଦୃର୍ବୃତ୍ତମାନେ ଯୁବକଙ୍କୁ ଆକ୍ରମଣ କରିଥିବା ବେଳେ ଯୁବକ ଜଣଙ୍କ ଗୁରତର ଆହତ ହୋଇଛନ୍ତି । ଆହତ ହୋଇଥିବା ଯୁବକ ଜଣକ ହେଲେ ଅଟୋ ସଂଘ ସଭାପତି ଦୀପ୍ତି ରଞ୍ଜନ ମହାନ୍ତି । ଅଭିଯୁକ୍ତ ରାକେଶ କୁମାର ସାହୁ ଦୀପ୍ତିଙ୍କୁ ଆକ୍ରମଣ କରିଥିବାବେଳେ ଦୀପ୍ତିଙ୍କ ଦେହରେ ବିଭିନ୍ନ ଜାଗାରେ ଖଣ୍ଡା ଚୋଟ ଲାଗିଛି । ସିସିଟିଭିରେ ଆକ୍ରମଣ ବେଳର ଦୃଶ୍ଯ କଏଦ ହୋଇଛି । ଯାହାକୁ ଯାଞ୍ଚ କରୁଛି ପୋଲିସ । ରଥ ଯାତ୍ରା ପାଖେଇ ଆସୁଥିବାବେଳେ ଏପରି ଅପରାଧିକ କାର୍ଯ୍ୟକଳାପ ଲୋକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୋଲିସ ସଂପୂର୍ଣ୍ଣ ନିଷ୍କ୍ରିୟ ହୋଇପଡିଛି ବୋଲି ବୋଲି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।