ଯଦି ପାକିସ୍ତାନ ଉପରେ ପଡ଼ିବ ପରମାଣୁ ବୋମା…

1 min read

ସାରା ବିଶ୍ୱ ଆଗରେ ପାକିସ୍ତାନର ନାପାକ୍ ଚେହେରା ପଦାରେ ପଡ଼ିବା ପରେ ବିଳି ବିଳେଇ ହେଉଛନ୍ତି ଇମ୍ରାନ ଖାନ୍  । ବିଭିନ୍ନ ଫୋରମ୍‌ରେ ଫେରାଦି ବିଫଳ ହେବା ପରେ ଗଣମାଧ୍ୟମ ଆଗରେ ଭାରତ ସହ ପରମାଣୁ ଯୁଦ୍ଧର ଧମକ ଦେଇଚାଲିଛନ୍ତି  । କିନ୍ତୁ ଇମ୍ରାନ ଭୁଲି ଯାଇଛନ୍ତି ପରମାଣୁ ସେ ଏକା ପକାଇବେନି, ଯୁଦ୍ଧ ଘୋଷଣା ହେଲେ ଭାରତ ବି ବ୍ୟବହାର କରିବ ତାର ପରମାଣୁ ଅସ୍ତ୍ର  । ଯଦି ପାକିସ୍ତାନର ଇସଲାମାବାଦ ଉପରେ ପରମାଣୁ ବୋମା ପଡ଼େ, ତେବେ କଣ ହେବ ଜାଣନ୍ତି କି ? କେତେ କ୍ଷତି ସହିବ ଶତୃ ଦେଶ ?

ଇସଲାମାବାଦରେ ଆଟମବମ୍ ପଡ଼ିଲେ ବରବାଦ ହୋଇଯିବ ପାକିସ୍ତାନ  । ବିଶ୍ୱ ନକ୍ସାରୁ ଲିଭିଯିବ ପାକିସ୍ତାନ ରାଜଧାନୀର ନାମ ନିଶାନ  । ଯଦି ଭାରତ ଇସଲାମାବାଦ ଉପରେ ୧୦୦ କିଲୋଟନ୍ ଓଜନର ପରମାଣୁ ପକାଏ, କିଛି କ୍ଷଣରେ ବରବାଦ ହୋଇଯିବ ଇସଲାମାବାଦ ସହର, ପାକିସ୍ତାନୀ ସ୍ମାରକୀ, ଇଣ୍ଟରନ୍ୟାସନାଲ ଇସଲାମିକ ୟୁନିଭରସିଟି, ସ୍ୟାଟେଲାଇଟ୍‌ ଟାଉନ, ପାକିସ୍ତାନ ସଂସଦ । କାହାର ବି ରହିବନି ଚିହ୍ନବର୍ଣ୍ଣ  । ତା ସହ ଆବୋଟାବାଦ, ପେଶାଓ୍ବାରା ଓ ଜଲାଲାବାଦ ପର୍ଯ୍ୟନ୍ତ ହେବ ଭୟଙ୍କର ବିକିରଣ  । ବିସ୍ତୃତ ଭାବେ କହିଲେ, ୧୦୦ କିଲୋଟନର ଆଟମବମ୍‌ ଦଶମିକ ୭୯ କିଲୋମିଟର ପର୍ଯ୍ୟନ୍ତ ସବୁ କିଛି ବରବାଦ କରିଦେବ  । ଲିଭିଯିବ ଜୀବନର ସତ୍ତା  । ପ୍ରଥମ ଏୟାର ବ୍ଲାଷ୍ଟରେ ଲାଗିବ ୩ ଦଶମିକ ୨୧ କି.ମି ପର୍ଯ୍ୟନ୍ତ ଝଟକା  । କିନ୍ତୁ ପାଖାପାଖି ୧୦ କି.ମି ଯାଏଁ ହେଉଥିବା ରଶ୍ମି ବିକିରଣରେ ୫୦ରୁ ୯୦ ପ୍ରତିଶତ ଲୋକ ଗଭୀର ଭାବରେ ପ୍ରଭାବିତ ହେବେ  ।

ଦ୍ବିତୀୟ ଏୟାର ବ୍ଲାଷ୍ଟ ୧୪ କି.ମି ଯାଏଁ ଥିବା ଘରଦ୍ୱାରକୁ ମାଟିରେ ମିଶାଇଦେବ  । ପ୍ରାୟ ୪୮ କି.ମି ଯାଏଁ ପଡ଼ିବ ଥର୍ମାଲ ରେଡିଏସନ୍‌ର ପ୍ରଭାବ  । ତୃତୀୟ ଏୟାର ବ୍ଲାଷ୍ଟରେ ଲାଗିବ ଜୋରଦାର ଝଟକା  । ୯୪ କିମି ଯାଏଁ ଥିବା ଘରଦ୍ବାର ଗୁଡ଼ିକର କବାଟ ଝରକା କାଚ ଭାଙ୍ଗିଯିବ  । ତେଣୁ କହିବାକୁ ଗଲେ ୧୦୦ କିଲୋମିଟର ଯାଏଁ ଏମିତି ପ୍ରଭାବ ପକାଇବ ପରମାଣୁ ବୋମା ଯାହାର କଳ୍ପନା ବି କରିପାରିବନି ପାକିସ୍ତାନ  । ଆଉ କେତେ ଶହ ବର୍ଷ ପଛକୁ ଚାଲିଯିବ ଦେଶ ତାହା ଭାବିଲେ ଡର ଲାଗୁଛି  । ବୋଧ ହୁଏ ପାକିସ୍ତାନ ଭୁଲିଯାଇଛି ହିରୋସୀମା, ନାଗାସାକିର ଅବସ୍ଥା । ଦ୍ୱିତୀୟ ବିଶ୍ବଯୁଦ୍ଧର ଭୟଙ୍କର ବରବାଦିକୁ ଏଯାଏଁ ଭୁଲିନାହାନ୍ତି ଜାପାନବାସୀ  । ଯୁଦ୍ଧ କଥା କହିଲେ ଏବେବି ଜାପାନବାସୀଙ୍କ ଦେବ ଶୀତେଇ ଉଠେ  । ')}

Leave a Reply