ATM ଭଙ୍ଗା ଟ୍ରେନିଂ ସ୍କୁଲ, ୧୫ ମିନିଟରେ ଭାଙ୍ଗିଲେ ମାଷ୍ଟର ଡିଗ୍ରୀ

ଲକ୍ଷ୍ନୌ: ଷ୍ଟାର୍ଟ ଅପ ନାଁରେ ବେକାରୀଙ୍କୁ ଚୋରି ଟ୍ରେନିଂ  । ୧୫ ମିନିଟ୍‌ରେ ଏଟିଏମ ତାଡିବାକୁ ଦିଆଯାଉଛି ପ୍ରଶିକ୍ଷଣ  । ଏଭଳି ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ୟୁପି ପୋଲିସ  ।ଏକ ଏଟିଏମରୁ ୩୯.୫୮ ଲକ୍ଷ ଲୁଟ ପରେ ସ୍ପେଶାଲ ଅପରେସନ ଆରମ୍ଭ କରି ୪ ଲୁଟେରାଙ୍କୁ ଧରିଥିଲା ପୋଲିସ  । ଗ୍ୟାଙ୍ଗର ମୁଖ୍ୟ କାରପେଣ୍ଟଦାର୍‌ ସୁଧୀର ମିଶ୍ରାକୁ ପୋଲିସ ଏବେବି ଖୋଜୁଛି  । ଏକ ହଜାର ସିସିଟିଭି ଫୁଟେଜ, ମୋବାଇଲ ଡାଟା ଓ ଲକ୍ଷ୍ନୌରେ ପ୍ରାୟ ୨୦ଟି ଟୋଲ ଗେଟରେ ଯାଞ୍ଚ କରୁଛି ୟୁପି ପୋଲିସ   ।

ଗିରଫଙ୍କ ମଧ୍ୟରେ ଜଣେ ଅଭିଯୁକ୍ତ ଲୁଟର ସାଙ୍ଘାତିକ ସତ ପୋଲିସ ଆଗରେ କହିଛି  । ସୁଧୀର ଠାରୁ ସେ ଟ୍ରେନିଂ ନେଇଥିବା ପୋଲିସ ଆଗରେ କହିଛି  । ବେକାରୀ ଯୁବକଙ୍କୁ ଚାକିରୀ ଦେବାକୁ କହି ଉତ୍ତର ପ୍ରଦେଶରୁ ଛପରା ଅଣାଯାଇଥାଏ  । ଏହାପରେ ଏଟିଏମ ଭାଙ୍ଗିବା ନେଇ ସ୍ବତନ୍ତ୍ର ଟ୍ରେନିଂ ଦିଆଯାଏ  । ନୂଆ ଟେକନିକରେ କେମିତି ଏଟିଏମ ଭଙ୍ଗାଯିବ ସ୍ବତନ୍ତ୍ର କ୍ଲାସ କରନ୍ତି ଇଚ୍ଛୁକ ପ୍ରାର୍ଥୀ  ।

ସେଠାରୁ ଟ୍ରେନିଂ ନେଇ ଯିବା ପରେ ନିଜ ପରିଚୟ ଲୁଚାଇବା ପାଇଁ ଏଟିଏମରେ ଲାଗିଥିବା କ୍ୟାମେରା ଉପରେ ମିଷ୍ଟ୍ରି ଲିକ୍ୟୁଇଡ ସ୍ପ୍ରେ କରିଥାନ୍ତି ଲୁଟେରା  । ୧୫ ମିନିଟରେ ସେମାନେ ଏଟିଏମର କ୍ୟାସ୍‌ ବକ୍ସ ଭାଙ୍ଗି କେମିତି ସୁରକ୍ଷିତ ଖସିଯିବେ ଏସବୁର ପ୍ରଶିକ୍ଷିଣ ନେଇଥାନ୍ତି ଲୁଟେରା  । ପ୍ରଶିକ୍ଷଣ ପରେ ୧୫ ଦିନ ଲାଇଭ ଡେମୋ ମଧ୍ୟ ଅଭ୍ୟାସ କରାଯାଏ  ।

୧୫ ମିନିଟ ବା ତା ଠାରୁ କମ ସମୟରେ ଏଟିଏମ କାଟୁଥିବା ଲୁଟେରାଙ୍କୁ ଫିଲ୍ଡକୁ ଛଡାଯାଏଅ  । ଗତ ଏକ ବର୍ଷ ମଧ୍ୟରେ ଏହି ଗ୍ୟାଙ୍ଗ ୩୦ ରୁ ଅଧିକ ଏଟିଏମ କାଟି ଲୁଟ କରିଥିବା ପୋଲିସ ସୂଚନା ଦେଇଛି  ।