ଏଟିଏମ୍ ଭାଙ୍ଗିଲେ ଟଙ୍କା ନବାହାରିବାରୁ ଟେକି ନେଇଗଲେ
1 min readଭୁବନେଶ୍ୱର: ରାଜଧାନୀରେ ପୁଣି ଏଟିଏମ୍ ଲୁଟ । ଗତକାଲି ବିଳମ୍ବିତ ରାତିରେ ଶିଶୁପାଳଗଡ଼ ଲିଙ୍ଗିପୁର୍ ହାଉସିଂବୋର୍ଡ ଛକରେ ଏସବିଆଇ ଏଟିଏମ ଲୁଟ କରିଛନ୍ତି ଦୁର୍ବୃତ୍ତ । ଟଙ୍କା ନ ବହାରିବାରୁ ଏଟିଏମ ମେସିନକୁ ଘୋଷାଡି ଘୋଷାଡି କିଛିବାଟ ନେଇଛନ୍ତି ଦୁର୍ବୃତ୍ତ । ଏହାପରେ ATMକୁ ଟେକି ନେଇଯାଇଥିବା ସୂଚନା ମିଳିଛି । ସେପଟେ ଏଟିଏମ୍ ଭିତରେ ଓ ବାହାରେ ପଡ଼ିଛି ଟେଣ୍ଡହାଉସ କପଡ଼ା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ତେହେ ଏହି ଏଟିଏମ ଲୁଟରେ କେଉଁମାନେ ସଂଶ୍ଲିଷ୍ଟ ରହିଛନ୍ତି ? କେମିତି ଏଟିଏମ ଭିତରକୁ ଟେଣ୍ଟ କପଡ଼ା ଗଲା । ଏଥିରେ ଟେଣ୍ଟ ହାଉସର କର୍ମଚାରୀଙ୍କ ସମ୍ପୃକ୍ତି ରହିଛି କି ? ଏମିତି ଅନେକ ଦିଗକୁ ନେଇ ପୋଲିସ ତନାଘନା ଆରମ୍ଭ କରିଛି । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି , ଏଟିଏମ ଲୁଟ ପାଇଁ ଦୁର୍ବୃତ୍ତ ସତ ଚେଷ୍ଟା କରିଥିବା ସତ୍ତ୍ୱେ ଏଟିଏମରୁ ଟଙ୍କା ବାହାରି ନଥଲା । ବିଫଳ ହେବା ପରେ ଏଟିଏମ ମେସିନକୁ ଦୁର୍ବୃତ୍ତ ମାନେ କେଉଁଆଡେ ନେଇ ପଳାଇଥିବା ଜଣାପଡିଛି । ସେପଟେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏଟିଏମରେ ୨୪ ଲକ୍ଷରୁ ଅଧିକ ଟଙ୍କା ରହିଥିଲା । ।