ମହଙ୍ଗା ହେଲା ଏଟିଏମ୍ ଦେୟ: ଜାଣନ୍ତୁ କେଉଁ କାରବାର ପାଇଁ କେତେ ଦେୟ ଦେବାକୁ ପଡ଼ିବ

ଆଜିଠାରୁ ଏଟିଏମ ଦେୟ ହେଲା ମହଙ୍ଗା । ଏଟିଏମ କାରବାର ଲାଗି ଦେୟ ପରିମାଣ ବୃଦ୍ଧି ସକାଶେ ପଦକ୍ଷେପ ନେଇଛନ୍ତି ବ୍ୟାଙ୍କ । ଏଟିଏମ କାରବାର ଦେୟ ବୃଦ୍ଧି କରିବା ଲାଗି ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେବା ପରେ ଏହା କାର୍ଯ୍ୟକାରୀ ହୋଇଛି । ଆର୍ଥିକ କାରବାର ଲାଗି ଆନ୍ତଃବିନିମୟ ଫି ୧୫ଟଙ୍କାରୁ ୧୭ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଅଣଆର୍ଥିକ କାରବାର ସକାଶେ ଦେୟ ପରିମାଣ ୫ ଟଙ୍କାରୁ ୬ ଟଙ୍କାକୁ ବୃଦ୍ଧି କରାଯାଇଛି । ଏଟିଏମ ପ୍ରତିଷ୍ଠା, ଏହାର ରକ୍ଷଣାବେକ୍ଷଣ ଖର୍ଚ୍ଚ ବୃଦ୍ଧି ଦୃଷ୍ଟିରୁ ଆରବିଆଇ ଏହି ପଦକ୍ଷେପ ନେଇଛି । ଏହି ନୂଆ ନିୟମ ମଧ୍ୟ ମ୍ୟୁଚୁଆଲ ଫଣ୍ଡ କ୍ଷେତ୍ରରେ କାର୍ଯ୍ୟକାରୀ ହେବ । ଏକ କ୍ରେଡିଟ କାର୍ଡ ବା ଡେବିଟ କାର୍ଡ ବ୍ୟବହାର କ୍ଷେତ୍ରରେ ଏହି ଆନ୍ତଃବିନିମୟ ଦେୟ ଧାର୍ଯ୍ୟ ହେବ । ଏଟିଏମ ଦେୟ ବୃଦ୍ଧି ନେଇ ଗତ ଜୁନ ୨୦୧୯ରେ ଆରବିଆଇ ଏକ କମିଟି ଗଠନ କରିଥିଲେ । ଗତ ୨୦୧୨ ପରଠାରୁ ଏଟିଏମ କାରବାର ଦେୟ ବଢି ନଥିଲା । ନିଜ ବ୍ୟାଙ୍କରେ ଗ୍ରାହକମାନେ ୫ଟି ମାଗଣା ଏଟିଏମ କାରବାର କରିପାରିବେ । ଏହା ପରେ ସେମାନେ ପ୍ରତି କାରବାର ପିଛା ୨୦ ଟଙ୍କା ଦେବେ । ମେଟ୍ରୋ ସିଟିରେ ୩ଟି ମାଗଣା କାରବାର ଲାଗି ବ୍ୟବସ୍ଥା ରହିବ ।

ଏଥିସହିତ ପଢ଼ନ୍ତୁ: ରାଜନୀତିକୁ କେମିତି ଆସିଥିଲେ ବାବୁଲ ସୁପ୍ରିୟୋ?

Leave a Reply