spot_img

Latest Posts

ଅତିକ ଅଶରଫ ହତ୍ୟା ପଛରେ ସୁନ୍ଦର ଭାଟି!

ପ୍ରୟାଗରାଜ: ଅତିକ ଅଶରଫ ହତ୍ୟା ପଛରେ ସୁନ୍ଦର ଭାଟି । ଦୁଇ ଭାଇଙ୍କ ହତ୍ୟା ପଛରେ ଜଣେ ମାଫିଆର ହାତ ଥିବା ଚର୍ଚ୍ଚା ହେଉଛି । ଯାହାକୁ ନେଇ ଦିଲ୍ଲୀ ଏନସିଆର ଏବଂ ପଶ୍ଚିମ ଉତ୍ତର ପ୍ରଦେଶରେ ଲୋକେ ଭୟ କରନ୍ତି । ଏହି ମାଫିଆ ଅତିକ ଏବଂ ଅଶରଫକୁ ହତ୍ୟା ପାଇଁ ସୁପାରି ଦେଇଥାଇପାରେ ବୋଲି କୁହାଯାଉଛି ।

ସୁନ୍ଦର ଭାଟି ଗ୍ରେଟର ନୋଏଡାର ଗାଙ୍ଗୁଲା ଗାଁର ବାସିନ୍ଦା । କୁହାଯାଉଛି ଯେ, ସୁନ୍ଦର ଭାଟିଙ୍କ ନିର୍ଦ୍ଦେଶରେ ଅତିକ୍-ଅଶରଫକୁ ହତ୍ୟା ପାଇଁ ଜିଗାନା ପିସ୍ତଲ ଦିଆଯାଇଥିଲା ।

ପାକିସ୍ତାନ ଦେଇ ଭାରତକୁ ଆସୁଥିବା ଏହି ଜିଗାନା ପିସ୍ତଲ ଅତିକ୍ ଏବଂ ତା’ ଭାଇ ଅଶରଫ ହତ୍ୟାରେ ବ୍ୟବହାର କରାଯାଇଥିଲା । ଏଠାରେ ଆପଣଙ୍କୁ ଜଣାଇଦେବାକୁ ଚହୁଁଛୁ ଯେ, ସୁନ୍ଦର ଭାଟି ନାଁରେ ୬୨ ଟି ଅପରାଧିକ ମାମଲା ରହିଛି । ନିକଟରେ ହରେନ୍ଦ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ହତ୍ୟା ମାମଲାରେ ଜିଲ୍ଲା କୋର୍ଟଙ୍କ ଦ୍ୱାରା ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛି ।

ସେବେଠାରୁ ସେ ଜେଲରେ ଅଛି । ଅପରାଧ ଜଗତରେ ପ୍ରବେଶ କରିବା ପୂର୍ବରୁ ସେ ବୁଲନ୍ଦଶାହରରେ ଟ୍ରାନ୍ସପୋର୍ଟ ଠିକା କାମ କରୁଥିଲା । ଏହା ପରେ ସେ ନେତାଙ୍କ ସହ ଯୋଗାଯୋଗ କରି ରାଜନୈତିକ ହତ୍ୟାକାଣ୍ଡ ଆରମ୍ଭ କରିଥିଲେ। କେବଳ ଏତିକି ନୁହେଁ ସୁନ୍ଦର ଭାଟି ରାଜନୀତିରେ ମଧ୍ୟ ଆସିବାକୁ ଚାହୁଁଥିଲା । କିନ୍ତୁ ସେ ସମୟରେ ନରେଶ ଭାଟି ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ହୋଇଥିଲେ।

ପରେ ସୁନ୍ଦର ନରେଶ ଭାଟିଙ୍କୁ ବି ହତ୍ୟା କରିଥିଲା ଏବଂ ଏହା ପରେ ସେ ବିଭିନ୍ନ ଅପରାଧର ଫାଶରେ ପଡ଼ି ଚାଲିଥିଲା। ପ୍ରଥମ ଥର ପାଇଁ ସୁନ୍ଦର ଭାଟିଙ୍କୁକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ।

Latest Posts

Don't Miss