ତୁର୍କୀରେ ତିଆରି ହୁଏ ଏହି ପିସ୍ତଲ, ଯାହାକୁ ଅତିକ-ଅଶରଫ ହତ୍ୟା ପାଇଁ କରାଯାଇଥିଲା ବ୍ୟବହାର

1 min read

ପ୍ରୟାଗରାଜ: ଅତିକ ଏବଂ ତା’ ଭାଇ ଅଶରଫକୁ ପୋଲିସ୍ ସାମ୍ନାରେ ଗୁଳି କରି ହତ୍ୟା କରାଯାଇଛି । ଏହି ଘଟଣା ଘଟିବା ଖବର ବିଜୁଳି ବେଗରେ ଚାରିଆଡେ ବ୍ୟାପି ଯାଇଥିଲା । ୩ ଯୁବକ ସେମାନଙ୍କୁ ମିଡିଆ ଏବଂ ପୋଲିସ ସାମ୍ନାରେ ହତ୍ୟା କରିଥିବା ସମସ୍ତେ ଦେଖିଛନ୍ତି । ଏବେ ହତ୍ୟାକାରୀ ଯେଉଁ ବନ୍ଧୁକରେ ତାଙ୍କୁ ହତ୍ୟା କରିଛନ୍ତି ସେ ନେଇ ଗୋଟେ ପରେ ଗୋଟେ ତଥ୍ୟ ସାମ୍ନାକୁ ଆସୁଛି । ଜାଣନ୍ତୁ ଏହି ବନ୍ଧୁକ ବିଷୟରେ କିଛି ରୋଚକ ତଥ୍ୟ ।

ଏହି ବନ୍ଧୁକର ନାଁ ଜିଗନା ପିସ୍ତଲ । ଏପରି ବନ୍ଧୁକ ତୁର୍କୀରେ ତିଆରି ହୋଇଥାଏ । ତୁର୍କୀର ଫାୟାରଆର୍ମୀ TiSAS ଏହାକୁ ତିଆରି କରିଥାଏ । ଏହି ବନ୍ଧୁକ ଶୀଘ୍ର ଗରମ ହୁଏ ନାହିଁ । ଯିଏ ଏହି ବନ୍ଧୁକ ଚଳାନ୍ତି ତାଙ୍କ ପାଇଁ ଏହା ସୁରକ୍ଷିତ ହୋଇଥାଏ । ଏହି ବନ୍ଧୁକର ଟ୍ରିଗର ଏପଟ ସେପଟ ହୁଏ ନାହିଁ । ଜିଗନାରୁ ବାହାରିଥିବା ଗୁଳି ସିଧା ଯାଇ ଟାର୍ଗେଟ ଦେହରେ ହିଁ ବାଜେ । ତୁର୍କୀରେ ତିଆରି ହେଉଥିବା ଏହି ପିସ୍ତଲ ଆମେରିକାର କୋଷ୍ଟଗାର୍ଡ ବି ବ୍ୟବହାର କରନ୍ତି । ଏହାସହ ମାଲେସିଆ ସେନା ଏବଂ ଫିଲିପିନ୍ସ ପୋଲିସ ମଧ୍ୟ ଏହି ପିସ୍ତଲ ବ୍ୟବହାର କରିଥାନ୍ତି ।

ମୋଟ ୧୧ ପ୍ରକାରର ଏହି ପିସ୍ତଲ ହୋଇଥାଏ । ପିସ୍ତଲର ଲମ୍ବା, ମ୍ୟାଗାଜିନର ସାଇଜ୍, ଓଜନ ଅନୁସାରେ ବିଭିନ୍ନ ପ୍ରକାରର ହୋଇଥାଏ । ମାଲେସିଆ ଅଧିକ ଜିଗନା ପିସ୍ତଲ କିଣିଥାଏ ।