Tokyo Olympics: ୪ କର୍ମଚାରୀ କରୋନା ସଂକ୍ରମିତ, ଭାରତୀୟ ସୁଟିଂ ଦଳର ନମୁନା ସଂଗ୍ରହ
1 min readଟୋକିଓ: କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସରେ ମହାମାରୀର ଛାପ । ଜାପାନ ରାଜଧାନୀ ଟୋକିଓରେ ଆସନ୍ତା ୨୩ ଜୁଲାଇରୁ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଥିବା ବେଳେ ଏବେ ସେଠାରେ ଦେଖିବାକୁ ମିଳିଛି କରୋନାର କାୟା । କରୋନା କାଳରେ ଅନେକ ପ୍ରତିବନ୍ଧକ ମଧ୍ୟରେ ଅଲିମ୍ପିକ୍ସ ଆୟୋଜନ କରିବାକୁ ଯାଉଛି ଜାପାନ । ହେଲେ ଅଲିମ୍ପିକ୍ସ ଆରମ୍ଭ ହେବା ଆଗରୁ ଟୋକିଓ ଉପରେ କୋଭିଡ୍-୧୯ ଆତଙ୍କ ଦେଖିବାକୁ ମିଳିଲାଣି ।
ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବା ପୂର୍ବରୁ ଏଠାରେ ଦେଖିବାକୁ ମିଳିଲାଣି କରୋନାର ଆତଙ୍କ । ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଜଣେ ଆଥଲେଟ୍ ଏବଂ ଅଲମ୍ପିକ୍ସର ୪ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏହାପରେ ଅଲିମ୍ପିକ୍ସ କ୍ୟାମ୍ପରେ କରୋନା ବ୍ୟାପୁଥିବା ଆଶଙ୍କା କରାଯାଉଛି । ସେମାନେ ଋଷର ଖେଳାଳିଙ୍କଠାରୁ ସଂକ୍ରମିତ ହୋଇଥିବା ଜଣାପଡିଛି । ଅଲିମ୍ପିକ୍ସରେ ଭାଗ ନେବାକୁ ଆସିଥିବା ଋଷର ରକ୍ୱି ଟିମ୍ ଏବଂ ଜୁଡୋ ଖେଳାଳିଙ୍କ ମଧ୍ୟରେ କିଛି ଖେଳାଳି ପୂର୍ବରୁ ସଂକ୍ରମିତ ଥିଲେ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସି ଆହୁରି ଅନ୍ୟ ଲୋକ ଏବଂ ଅଲିମ୍ପିକ୍ସ କର୍ମଚାରି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ପ୍ରତ୍ୟେକ ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଅପରପକ୍ଷରେ ଆଜି ଟୋକିଓରେ ଯାଇ ପହଞ୍ଚିଛନ୍ତି ଭାରତୀୟ ସୁଟିଂ ଦଳ । କୋଭିଡ ଟେଷ୍ଟ ପାଇଁ ସେମାନଙ୍କ ନମୁନା ସଂଗ୍ରହ କରାଯାଇଛି ।
#TokyoOlympics | Indian shooting contingent landed in Tokyo today morning. Their samples have been collected for COVID-19 testing. Results are awaited.
(Photo Credit: Sports Authority of India) pic.twitter.com/ZGcbXYCryk
— ANI (@ANI) July 17, 2021