ଆଥିୟାଙ୍କୁ ୭ଜନ୍ମର ସାଥି କଲେ କ୍ରିକେଟର କେଏଲ ରାହୁଲ, ଆଇପିଏଲ ପରେ ରିସେପ୍ସନ ପାର୍ଟି

1 min read

ମୁମ୍ବାଇ: ଦୀର୍ଘ ଦିନରୁ କ୍ରିକେଟର କେଏଲ ରାହୁଲ ଓ ଅଭିନେତ୍ରୀ ଆଥିୟା ସେଟ୍ଟିଙ୍କ ମଧ୍ୟରେ ଚାଲିଥିବା ପ୍ରେମ ସମ୍ପର୍କ ଆଜି ପତି ପତ୍ନୀରେ ପରିଣତ ହୋଇଛି । ହିନ୍ଦୁ ଋୀତିନୀତି ଅନୁଯାୟୀ ଆଥିୟା ଓ ରାହୁଲଙ୍କ ହାତଗଣ୍ଠି ପଡ଼ିଛି । ଅଭିନେତ୍ରୀ ଆଥିୟା ଶେଟ୍ଟୀ ଏବଂ କ୍ରିକେଟର କେଏଲ ରାହୁଲ ସବୁବେଳ ପାଇଁ ଜଣେ ଅନ୍ୟଜଣଙ୍କର ହୋଇଯାଇଛନ୍ତି । ଆଥିୟା ଏବଂ କେଏଲ ରାହୁଲ ସୋମବାର ଖଣ୍ଡାଲାରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ସୁନୀଲ ସେଟ୍ଟିଙ୍କ ଖଣ୍ଡାଲା ସ୍ଥିତ ବଙ୍ଗଳାରେ ଋତିନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଛି । ଦୁଇ ତାରକାଙ୍କ ବିବାହ ପରେ ଉତ୍ସାହିତ ହୋଇଛନ୍ତି ଫ୍ୟାନ୍ସ । ବିରାଟ-ଅନୁଷ୍କାଙ୍କ ଭଳି ଏହି ଦୁଇ ତାରକାଙ୍କ ବୈବାହିକ ଜୀବନ ହିଟ୍ ହେବ ବୋଲି ଫ୍ୟାନ୍ସ ଆଶାପୋଷଣ କରିଛନ୍ତି । ଏହି ରାଜକୀୟ ବିବାହ ଉତ୍ସବରେ ବଲିଉଡ ଏବଂ ସ୍ପୋର୍ସ ଇଣ୍ଡଷ୍ଟ୍ରୀର ତାରକା ଏବଂ କପଲଙ୍କ ସମ୍ପର୍କୀୟମାନେ ସାମିଲ ହୋଇଥିଲେ ।

ସୂଚନା ମୁତାବକ, ଆଥିୟା ସେଟ୍ଟି ଏବଂ କେଏଲ ରାହୁଲଙ୍କ ପରିବାର ସୋମବାର ରାତିରେ ପାର୍ଟି କରିବା ନେଇ ଯୋଜନା କରିଥିଲେ । ଗଣମାଧ୍ୟମକୁ ପ୍ରତିକ୍ରୀୟ ଦେଇ ସୁନୀଲ ସେଟ୍ଟି କହିଛନ୍ତି ଯେ ସେ କେଏଲ ରାହୁଲଙ୍କ ଶ୍ୱଶୁର ନୁହେଁ ବରଂ ବାପା ହେବାକୁ ଚାହୁଁଛନ୍ତି । ଏବେ ଝିଅ ଓ ରାହୁଲଙ୍କ ବିବାହ ଅଧିକାରୀକ ଭାବେ ସମ୍ପନ୍ନ ହୋଇଛି ଏବଂ ମୁଁ ଶ୍ୱଶୁର ବନିଯାଇଛି । ସେ ଏହା ମଧ୍ୟ କହିଥିଲେ ଯେ ଆଥିଆ ଏବଂ କେଏଲ ରାହୁଲଙ୍କ ବିବାହର ରିସେପ୍ସନ ପାର୍ଟି ଆଇପିଏଲ ପରେ ହେବ ।